ମଝି ସମୁଦ୍ରରୁ ୧୨,୦୦ କୋଟିର ହେରୋଇନ ଜବତ

0
157
ମଝି ସମୁଦ୍ରରୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କୋଚି, (୦୮/୧୦) : କେରଳର କୋଚି ସମୁଦ୍ରରେ ଏକ ବୋଟରେ ଚାଲାଣ ହେଉଥିବା ବେଳେ ମଝି ସମୁଦ୍ରରୁ ୨୦୦ କେଜି ହେରୋଇନ୍‌ ଜବତ କରାଯାଇଛି । ଆଫଗାନିସ୍ତାନ ପ୍ରଡକ୍ଟ ଏହି ନିଶାଦ୍ରବ୍ୟ ପାକିସ୍ତାନ, ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ହେବା ପାଇଁ ଯୋଜନା ହୋଇଥିଲା ।

ମଝି ସମୁଦ୍ରରୁ ଜବତ ହୋଇଥିବା ହେରୋଇନର ଦାମ ୧୨,୦୦ କୋଟି ହେବା ନେଇ ଆକଳନ କରାଯାଉଛି । ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ରାଡାରରେ ଧରାପଡ଼ିଥିଲା । ଭାରତୀୟ ନୌସେନା ଏବଂ ଏନସିବି ପକ୍ଷରୁ ମିଳିତ ଅପରେଶନ କରାଯାଇ ଏହି ବୋଟକୁ ଜବତ କରାଯାଇଥିଲା । ସେଥିରେ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପ୍ରଥମେ ଏହି ନିଶାଦ୍ରବ୍ୟ ପାକିସ୍ତାନ ଅସିଥିଲା । ସେଠାରୁ ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା । ଅତି ସତର୍କତା ଓ ଚତୁରତାର ସହ ଏହି ନିଶାଦ୍ରବ୍ୟ ଚାଲାଣ ହେଉଥିଲା । ୱାଟରପ୍ରୁଫ୍‌ ସିଷ୍ଟମରେ ୭ ଟି ଲେୟର ଭିତରେ ଅତି ସାବଧାନତାର ସହ ଏହାକୁ ରଖାଯାଇଥିଲା । ଖବର ମିଳିବା ପରେ ଗୁରୁବାର ଉଭୟ ଭାରତୀୟ ନୌସେନା ଓ ଏନସିବି ପକ୍ଷରୁ ଅପରେଶନ ଅରମ୍ଭ ହୋଇଥିଲା । ଉକ୍ତ ବୋଟକୁ ଜବତ କରାଯିବା ପରେ ସେଥିରୁ ବ୍ୟାପକ ପରିମାଣରେ ହେରୋଇନ୍ ପ୍ୟାକକେଟ ଯବତ କରାଯିବା ସହ ୬ ଜଣ ଇରାନୀୟ ନାଗରିକଙ୍କୁ ଗିରଫ କରାଯାଇଥିବା ଏନସିବି ଅଧିକାରୀ ସଞ୍ଜୟ କୁମାର ସିଂହ କହିଛନ୍ତି ।

ଚଢ଼ାଉ ବେଳେ ବୋଟରେ ଥିବା ଇରାନୀୟ ତସ୍କରମାନେ ସମୁଦ୍ରକୁ ଡେଇଁବାକୁ ଉଦ୍ୟମ କରିଥିଲେ । ଏଥିସହ ହେରୋଇନ୍‌ ପ୍ୟାକେଟ ଗୁଡ଼ିକୁ ମଧ୍ୟ ପାଣିକୁ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ହେଲେ ସଫଳ ହୋଇ ନଥିଲେ । ଗତ କିଛି ବର୍ଷ ହେବ ଆଫଗାନରୁ ଆସୁଥିବା ନିଶାଦ୍ରବ୍ୟ ଆରବ ସାଗର ଓ ଭାରତ ସାଗର ଦେଇ ଏସୀୟ ଦେଶ ଗୁଡ଼ିକୁ ଚାଲାଣ ମାତ୍ରା ବଢ଼ିଛି । ତେବେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏହା ଉପରେ କଡ଼ା ନଜର ରଖାଯାଇଥିବା ସଞ୍ଜୟ ସିଂହ କହିଛନ୍ତି ।