ପୂର୍ତ୍ତ ବିଭାଗ ରାମପୁର ପକ୍ଷରୁ ସ୍ବଚ୍ଛ ଭାରତ ଏବଂ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ରିପୋର୍ଟ: ହିରୋଜ କୁମାର ସାହୁ
କର୍ଲାମୁଣ୍ଡା (୨୧/୦୯): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଏବଂ ରାମପୁର ପୂର୍ତ୍ତ ବିଭାଗ ପକ୍ଷରୁ ସ୍ବଚ୍ଛ ଭାରତ ସୁସ୍ଥ ପରିବେଶ ତଥା ବର୍ଜ୍ୟବସ୍ତୁ ନିରାକରଣ ପ୍ଲାଷ୍ଟିକ ମୁକ୍ତ ଭାରତ କରିବା ପାଇଁ ଆଜି ପୂର୍ତ୍ତ ବିଭାଗ ଏସ ଡିଓ ଶ୍ରୀଯୁକ୍ତ ଭୁବନେଶ୍ୱର ଶବରଙ୍କ ନେତୃତ୍ୱରେ ସେପ୍ଟେମ୍ବର ୧୭ ତାରିଖରୁ ନର୍ଲାଠାରୁ ଆରମ୍ବ କରି ଆଜି କର୍ଲାମୁଣ୍ଡାଠାରେ ଶେଷ ହୋଇଛି ।

ଏଏଇ ଶ୍ରୀଯୁକ୍ତ ରାଜକିଶୋର ପାତ୍ର ଜେଇ ଚକ୍ରଧର ବେହେରା ତଥା କର୍ଲାମୁଣ୍ଡା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ କର୍ମଚାରୀ ମାନେ କର୍ଲାମୁଣ୍ଡା ଶିଶୁ ମନ୍ଦୀର ଠାରୁ ମେଡିକାଲ ଓ ରାସ୍ତାରେ ପରି ଭ୍ରମଣ କରି ପ୍ଲାଷ୍ଟିକ ମୁକ୍ତ ଓ ସୁସ୍ଥ ଜୀବନ ଯାପନ ଭାରତ ନାରା ଦେଇ କର୍ଲାମୁଣ୍ଡା ସଦର ସଫେଇ କାର୍ଯ୍ୟକ୍ରମ ସହ ନଗର ପରିକ୍ରମା କରିଥିଲେ । ଏପରି କାର୍ଯ୍ୟକ୍ରମକୁ କର୍ଲାମୁଣ୍ଡା ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଥିଲା ।

Comments are closed.