ଶେଷ ହେଲା ଆଦିବାସୀ ପାରମ୍ପରିକ ପର୍ବ ବାଲିଯାତ୍ରା

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୧/୦୯): ବୈପାରୀଗୁଡାର ଆଦିବାସୀ ପାରମ୍ପରିକ ପର୍ବ ବାଲିଯାତ୍ରା ବହୁ ଆଡ଼ମ୍ବର ସହ ସୁରୁଖୁରୁରେ ଶେଷ ହୋଇଛି | ଉକ୍ତ ଅଂଚଳର କୃଷି ଭିତ୍ତିକ ପର୍ବ ବାଲିଯାତ୍ରାର ମୁଖ୍ୟ ପୂଜକଙ୍କ ନିର୍ଦେଶ ଅନୁଯାୟୀ ସ୍ଥାନୀୟ ସରପଞ୍ଚ ଭାଗିରଥି ମୁରଜିଙ୍କ ନେତୃତ୍ୱରେ ପ୍ରତି ବର୍ଷ ପରି ନିର୍ଦ୍ଧିଷ୍ଟ ତିଥି ବାରରେ ଗୁମ୍ମାରୁ ଗ୍ରାମଦେବୀଙ୍କ ପ୍ରତି ରୂପକ ଲାଠିକୁ ପୂଜା କରାଯାଇଥିଲା |

ଏହି ଅବସରେ ଆଜି ବୈପାରୀଗୁଡା ସହର ସମସ୍ତ ସାହିରେ ଗ୍ରାମପରିକ୍ରମା ବେଳେ ଲାଠି ପୂଜା ପାଇଥିଲେ | ବୈପାରୀଗୁଡା ସହର ଉତ୍ସହମୁଖୁର ହୋଇଥିଲା | ରାତି ତମାମ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ସହ ଆଦିବାସୀ ନାଟକର ମଧ୍ୟ ଅଂଚଳବାସୀ ନେଇଥିବା ଜଣାପଡ଼ିଛି | ଗ୍ରାମର ପୂର୍ବ ପୁରୁଷଙ୍କ କହିବା ଅନୁଯାୟୀ ବହୁ ପୂର୍ବରୁ ଏହି ପ୍ରଥା ଚାଲିଆସୁଛି | ବାଲିଯାତ୍ରାର ୯ ଦିନ ପୂର୍ବରୁ ପୂଜାର୍ଚ୍ଚନା କରି ନଦୀ ବାଲି ଉଠଇବା ପରେ ନୂତନ ନିର୍ମିତ ଅସ୍ଥାୟୀ ବାଲି କୁଡ଼ିଆରେ ବାଲିରେ ବିଭିନ୍ନ ଶସ୍ୟ ରଖି ଯାତ୍ରା ୯ ଦିନ ପର୍ଯ୍ୟନ୍ତ ପୂଜା କରାଯାଇଥାଏ | ବାଲିଯାତ୍ରା ଦିନ ବାଲିକୁଡୁଆ ଶସ୍ୟରୁ ଅନୁମାନ କରିହେବ ଯେ, ଚଳିତ ବର୍ଷ ଏହି ଅଂଚଳରେ ଫସଲ କିପରି ହେବ | ସେହିପରି ଏହି ଅଂଚଳ ବାସୀଙ୍କ ଫସଲ ନଷ୍ଟ ନହେବା, ଶାରୀରିକ ଅସୁସ୍ଥ ନ ହେବା, ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ବାଲିଯାତ୍ରା ପାଳନ ଆରମ୍ଭ ହୋଇଥିବା ବର୍ତମାନ ପୂଜକ ପ୍ରକାଶ କରିଛନ୍ତି | ଆଦିବାସୀ ଯୁବକ ଯୁବତୀ ମାନଙ୍କ ବନ୍ଧୁ ମିଳନର ପରମ୍ପରା ମଧ୍ୟ ରହିଛି | ଏହି ଉତ୍ସବରେ ଯଦି ମନପସନ୍ଦ ବନ୍ଧୁ ମିଳିଲେ ଉଭୟ ବିବାହ ମଧ୍ୟ କରନ୍ତି |

Comments are closed.