୧୩ ତାରିଖରୁ ୟୁଜି ଓ ୧୭ ରୁ ପିଜି କ୍ଲାସ୍

0
149
୧୩ ତାରିଖରୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୧୦) : ଚଳିତମାସ ୧୩ ତାରିଖରୁ ଯୁକ୍ତ ତିନି ଶ୍ରେଣୀ ବା ଅଣ୍ଡରଗ୍ରାଜୁଏଟ୍ ଏବଂ ୧୭ ତାରିଖରୁ ପିଜି ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କଲେଜର ପ୍ରିନ୍ସିପାଲ ଓ ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହରେ ପାଠପଢ଼ା ଚଳିତମାସ ୧୩ ତାରିଖରୁ ଆରମ୍ଭ ହେବ । ଯୁକ୍ତ ତିନି ଓ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କର କଲେଜ ଶ୍ରେଣୀଗୃହରେ ଅକ୍ଟୋବର ୧୩ ରୁ ପାଠପଢ଼ା ଆରମ୍ଭ ହେବ । ସେହିପରି ୨୦୨୨-୨୩ ପିଜି ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ଅକ୍ଟୋବର ୧୭ ରୁ ଆରମ୍ଭ ହେବ ।

ଯେଉଁ ପିଲାମାନେ ହଷ୍ଟେଲରେ ରହିବା ପାଇଁ ଆବେଦନ କରିଥିବେ ସେମାନଙ୍କୁ ସେବେଠୁ ହଷ୍ଟେଲ ସୁବିଧା ମଧ୍ୟ କଲେଜ କର୍ତ୍ତୃପକ୍ଷ ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଚଳିତବର୍ଷ ଶ୍ରେଣୀ ଗୃହରେ ସ୍ୱାଭାବିକ ପାଠପଢ଼ା ହେବାକୁ ଯାଉଛି ।