ଚଷା ପରିବାର ରୁ ଓଡ଼ିଶା ପ୍ରଶାସନିକ ସେବା, ଦେବେନ୍ଦ୍ର ଙ୍କ ସଫଳତା

0
149
ଚଷା ପରିବାର

ରିପୋର୍ଟ : ନାରତ୍ତମ ପାଢ଼ୀ
ରାମନାଗୁଡା, (୭/୧୦) : ଚଷା ପରିବାର ରୁ ଓଡ଼ିଶା ପ୍ରଶାସନିକ ସେବା ଯାଏଁ ତାଙ୍କର ଅକ୍ଳାନ୍ତ ପରିଶ୍ରମ ହିଁ ତାଙ୍କର ସଫଳତା । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ନିମନ୍ତେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଟିକରପଡା ର ଦେବେନ୍ଦ୍ର ଶବର

ଚଷା ପରିବାର ରୁ ଓଡ଼ିଶା ପ୍ରଶାସନିକ ସେବା ଯାଏଁ ସଫଳ ଯାତ୍ରା ରେ ରହିଛି ଦେବେନ୍ଦ୍ର ଙ୍କ ଅକ୍ଳାନ୍ତ ପରିଶ୍ରମ । ଦେବେନ୍ଦ୍ର ଙ୍କ ପିତା ହାଡୁ ଶବର ଜଣେ ଚାଷୀ । ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲେ ମଧ୍ୟ ପାଠପଢ଼ା ରେ ତାଙ୍କ ଆଗ୍ରହ ଓ କଠିନ ପରିଶ୍ରମ ଆଜି ତାଙ୍କୁ ଏ ସଫଳତା ଆଣି ଦେଇଛି । ଦେବେନ୍ଦ୍ର କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ରୁ ଭଲ ନମ୍ବର ରେ ଦଶମ ପାସ କରିବା ପରେ ଭୁବନେଶ୍ୱର ବିଜେବି କଲେଜ ରୁ ଯୁକ୍ତ ଦୁଇ ବିଜ୍ଞାନ ଏବଂ ଛତ୍ରପୁର ମହାବିଦ୍ୟାଳୟ ରୁ ବିଜ୍ଞାନ ରେ ସ୍ନାତକ ପାସ କରିଛନ୍ତି ।

ପରିବାର ର ଆର୍ଥିକ ସ୍ଵଛଳତା ନିମନ୍ତେ ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ରେ କନିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ପଦ୍ମପୁର ତହସିଲ କାର୍ଯ୍ୟାଳୟ ରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ଥାଇ ମଧ୍ୟ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳ ରେ ଏହି ସଫଳତା ହାସଲ କରିଛନ୍ତି । ଦେବେନ୍ଦ୍ର ଙ୍କ ଏହି ସଫଳତା ତାଙ୍କ ଗାଁ ତଥା ସମଗ୍ର ଜିଲ୍ଲା ପାଇଁ ଗର୍ବ ର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି ।