୯୧ତମ ଶ୍ରୀ ନାରାୟଣ ଗୁରୁଙ୍କ ମହା ପରି ନିର୍ବାଣ ଦିବସ ପାଳନ

ରିପୋର୍ଟ: ନିରୋଜ ପାଣି
ବରଗଡ/ପାଇକମାଲ(୨୦/୦୯): ଆଜି ବରଗଡ ସ୍ଥିତ ବୁଦ୍ଧବ ବିହାର ୱାର୍ଡ ନଂ୧୮ ଠାରେ ଡା. ଆମ୍ବେଦକର ଯୁବ ସଂଘ ବରଗଡ ଜିଲ୍ଲା ତରଫରୁ ସଂଘର ସଭାପତି ଏଡଭୋକଟ୍ ସୁରେନ୍ଦ୍ର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ମହାମାନବ,ମହାମନ୍ତ୍ର ଓ ସମାଜ ସଂସ୍କାରକ ଶ୍ରୀନାରାୟଣ ଗୁରୁଙ୍କ ୯୧ତମ ମହା ନିର୍ବାଣ ଦିବସ ପାଳନ ହୋଇଯାଇଛି |

ଭକ୍ତ ଅବସରରେ ହରିନାରାୟଣ ଦୀପ, ଦୟା ସାଗର କୁମ୍ଭାର, ଦାମୋଦର ଦାସ, ଅମିତ ସାମଲ, ଅଭୟ ସାମଲ, ଅନ୍ତର୍ଯ୍ୟାମୀ ଗଡତିଆ, ଆରୋହି ସାମଲ, ଆଶୁତୋଷ ଛତର, ଗୋପାଳ ପାତ୍ର, ସଂଦୀପ ସୁନା, ଗୋବିନ୍ଦ ଭୁଏ, ସୁଶାନ୍ତ କୁମ୍ଭାର, କାର୍ତ୍ତିକ ବିଭାର, ଯୁଧିଷ୍ଠିର ବିଭାର, ମନୋବଧ କୁମ୍ଭାର, ବାଳମୁକୁନ୍ଦ ଜଗତଲା ଆଦି ସଦସ୍ୟ ଉପସ୍ଥିତ ଥିବା ବେଳେ ସଂଘର ସଂପାଦକ ଅଭିମନ୍ୟୁ ସାଗର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.