Related Contents

ସ୍କୁଲ ଜମିରୁ ଜବର ଦଖଲ ହଟାଇବା ପାଇଁ ହାଇ କୋର୍ଟଙ୍କ ନିର୍ଦ୍ଦେଶ

ରିପୋର୍ଟ: ନିରୋଜ ପାଣି
ଝାରବନ୍ଧ(୨୦/୦୯): ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଗୌଡମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ନାମରେ ଥିବା ଜମିକୁ ପ୍ରାୟ୨୧ ଜଣ ବ୍ୟକ୍ତି ଅକ୍ତିଆର କରିଛନ୍ତି । ଶିକ୍ଷାନୁଷ୍ଠାନ ପରି ପବିତ୍ର ସ୍ଥାନକୁ ଦାନ କରିବା ପରିବର୍ତ୍ତେ ହଡପ କରିବା ଅତ୍ୟନ୍ତ କ୍ଷୋଭର ବିଷୟ ।

ତେଣୁ ବିଦ୍ୟାଳୟ ପରିଚାଳନା କମିଟୀ ଝାରବନ୍ଧ ତହସିଲଦାର,ପଦ୍ମପୁର ଉପ ଜିଲ୍ଲାପାଳ,ଶିକ୍ଷା ବିଭାଗ ଉଚ୍ଚପଦାଧିକାରୀଂକ ଦ୍ବାରସ୍ଥ ହୋଇ ଜବର ଦଖଳ ହଟାଇବା ପାଇଁ ନିବେଦନ କରିଥିଲେ । କିନ୍ତୁ ଉଛ୍ଛେଦ ହଟି ନ ଥିଲା । ୧୦.୭.୧୭ରେ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନିଆଯାଇଥିଲା । ଡବ୍ଲୁ.ପି ( ସି)ନଂ୨୫୩୦୬/୨୦୧୭ ରେ ଏକ ମକଦ୍ଦମା ପଂଜୀକରଣ ହୋଇ ୫.୮.୧୯ରେ ରାୟ ପ୍ରଦାନ ହୋଇଥିଲା । ମାନ୍ୟବର ମୁଖ୍ୟ ବିଚାରପତି କେ.ଏସ.ଝାଭେରୀ ଓ ମାନ୍ୟବର ବିଚାରପତି ଆର.କେ.ମହାପାତ୍ର ଘଟଣାର ସମୀକ୍ଷା କରି ସ୍କୁଲ ପରିସରରୁ ଜବରଦଖଳ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୨୩.୯.୧୯ ସୁଦ୍ଧା ଏହି କାମ ସଂପୂର୍ଣ୍ଣ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି ।

Comments are closed.