ପାଇକମାଲ ବ୍କକ ସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୨୦/୦୯): ଆଜି ପାଇକମାଲ ବ୍କକ ସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ସଭାପତି ଶ୍ରୀ ଅନୀଲ କୁମାର କାଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ସଭାପତି ଶ୍ରୀ କାଲିଆ ସମସ୍ତ ତିନୋଟି ଯାକ ଜୋନ୍ ଯାକ ଟେମରୀ ,ମାଣ୍ଡୋସିଲ,ପାଇକମାଲଆଦିର ସଭ୍ୟ ସଭ୍ୟା ମାନଙ୍କୁ ନୂଆଖାଇ ପର୍ବର ଅଭିନନ୍ଦନ ଜ୍ଞାପନ କରିବା ସହ ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଶୁଭ କାମନା କରିଥିଲେ | ସଂପାଦକ ଗିରିଶ ଚନ୍ଦ୍ର ନାୟକ ଗତ ବୈଠକର ବିବରଣୀ ପାଠ ସହ ଏହା ମଧ୍ୟ କରାଯାଇ ଥିବା କାର୍ଯ୍ୟ ମାନଙ୍କ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ | ସଂଘର କୋଷାଧ୍ୟକ୍ଷ ଶଙ୍କର ଦାସ ଆୟ ବ୍ୟୟ ପଠନ କରିଥିବା ବେଳେ ପ୍ରାୟ ୬୦ ଜଣ ସଦସ୍ୟ ଯୋଗଦାନ କରିଥିଲେ | ନୁତନ ସଦସ୍ୟ ଭାବରେ ବରିଷ୍ଠ ସାମ୍ବାଦିକ ବଡ ଶତପଥି ସଂଘର ସଭ୍ୟ ହୋଇ ଥିଲେ | ଶେଷରେ ଟେମରୀ ଜୋନ୍ ସଂପାଦକ ବିପିନ ଠାକୁର ଧନ୍ୟବାଦ ପ୍ରଦାନ କରିଥିଲେ ।

Comments are closed.