Friday, March 29, 2024

Top 5 This Week

Related Posts

ମଦନୀତି : ଦିଲ୍ଲୀ, ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ଇଡି ରେଡ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୭/୧୦) : ମଦନୀତି କୁ ନେଇ ଦିଲ୍ଲୀ-ଏନସିଆର, ପଞ୍ଜାବ ସମେତ ଦେଶର ୩୫ ଟି ସ୍ଥାନରେ ରେଡ୍‌ କରିଛି ଇଡି । ମଦ କାରବାରରେ ବେଆଇନ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ଏହି ମାରାଥନ୍‌ ରେଡ୍‌ ହୋଇଛି ।

ମଦନୀତି କୁ ନେଇ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଇଡି । ଏହି ରେଡକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ଗତ ୩ ମାସରେ ୫୦୦ରୁ ଊର୍ଦ୍ଧ୍ୱ ଚଢ଼ାଉ ହୋଇସାରିଲାଣି । ମନିଷ ସିସୋଦିଆଙ୍କ ବିରୋଧରେ ୩୦୦ରୁ ଊର୍ଦ୍ଧ୍ୱ ସିବିଆଇ ଏବଂ ଇଡି ଅଫିସର ୨୪ ଘଣ୍ଟା କାମ କରୁଛନ୍ତି । ହେଲେ ସେମାନେ କିଛି ପାଉ ନାହାଁନ୍ତି । କାରଣ କୌଣସି ଅନିୟମମିତତା ହୋଇନାହିଁ ।

ସେମାନଙ୍କ ଘୃଣ୍ୟ ରାଜନୀତି ପାଇଁ ବହୁ ସଂଖ୍ୟାରେ ଅଫିସରଙ୍କ ସମୟ ନଷ୍ଟ ହେଉଛି । ଦେଶ କିଭଳି ଆଗେଇ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ମଦନୀତି ରେ ହୋଇଥିବା ଅନିୟମିତା ମାମଲାରେ ଆର୍ଥିକ ଦୁର୍ନୀତି ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦର ପ୍ରାୟ ୩୫ ଟି ସ୍ଥାନରେ ଚଢ଼ଉ କରିଛି । ଏ ସବୁ ରାଜ୍ୟରେ ଥିବା ମଦ କମ୍ପାନୀ, ବିତରଣକାରୀ ଓ ଯୋଗାଣ ବ୍ୟବସ୍ଥା ସହିତ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ଘରେ ଯାଞ୍ଚ ଚାଲିଛି ।

ପୂର୍ବରୁ ସିବିଆଇ ଏତଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଦିଲ୍ଲୀର କେତେକ ଆଏଏଏସ ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏହା ପରେ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ମାରାଥନ ରେଡ ଚାଲିଛି । ଏହି ମାମଲା ରେ ଗତ ସପ୍ତାହରେ ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ଗିରଫ କରିଥିଲା ଇଡି । ଇଣ୍ଡୋସ୍ପିରିଟ୍‌ର ମାଲିକ ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇଥର କୋଟି କୋଟି ଟଙ୍କା ଦେଇଥିବା ଇଡି ସୂତ୍ରରୁ ସୂଚନା ମିଳିଛି ।

Popular Articles