ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ପରିଚାଳନା କମିଟୀ ଗଠନ ପାଇଁ ତୁ ତୁ ମେ ମେ

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୨୦/୦୯): ପବିତ୍ର ଗନ୍ଧମାର୍ଦ୍ଦନ ପର୍ବତମାଲାରେ ବନଷୌଧି ବିପୁଳ ପରିମାଣରେ ରହିଛି । ତାର ସଦ୍ ବିନିଯୋଗ ପାଇଁ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ପରିକଲ୍ପନା କରାଯାଇଛି । ପ୍ରତି ବର୍ଷ ଶତାଧିକ ଡାକ୍ତର ଛାତ୍ର ଛାତ୍ରୀ ଅଧ୍ୟୟନ କରି ସ୍ବାବଲମ୍ବୀ ହୋଇପାରୁଛନ୍ତି ।

କିନ୍ତୁ ମହାବିଦ୍ୟାଳୟ ପରିଚାଳନା କମିଟୀ ଗଠନ ପାଇଁ ତୁ ତୁ ମେ ମେ ଚାଳିଛି । ଏ ସଂପର୍କରେ ଓଡିଶା ସରକାରଂକ ସ୍ୱାସ୍ଥ୍ୟ ବିଭାଗ ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ । ସେଥିରେ କିଛି ତୃଟୀ ଦେଖାଇ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ତାକୁ ଗ୍ରହଣ କରି ନ ଥିଲା । ତେଣୁ କାର୍ଯ୍ୟରତ କମିଟୀ ଉଚ୍ଚ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିଲେ । ଡବ୍ଲୁ.ଏ ୨୭୭/୨୭୮କେଶ ବିଚାରାଧିନ ରହିଛି । ଆଜି ପର୍ଯ୍ୟନ୍ତ ବିଚାର ହୋଇପାରିନାହିଁ । ତଥାପି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନୂତନ ପରିଚାଳନା କମିଟି ଗଠନ ପାଇଁ ପ୍ରୟାସ କରୁଛନ୍ତି । କମିଟୀ ଗଠନ ପ୍ରକିୟା ବନ୍ଦ କରିବା ପାଇଁ ଉଚ୍ଚ ନ୍ୟାୟଳୟ ଆଦେଶନାମା ଜାରି କରିଛନ୍ତି । ନ୍ୟାୟଳୟ ଅନୁସାରେ ପୂର୍ବ କମିଟୀର ସ୍ଥିତି ପୂର୍ବବତ ରହିବ । ଏକ ଖବର ଦାତା ସମ୍ମିଳନୀରେ କମିଟୀ ସଂପାଦକ ମନୋଜ ତ୍ରିବେଦୀ ସୂଚନା ପ୍ରଦାନ କରିଛନ୍ତି ।

Comments are closed.