Friday, March 29, 2024

Top 5 This Week

Related Posts

ଝାଡାବାନ୍ତିରେ ଜଣେ ମୃତ : ୯ ଆକ୍ରାନ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୋର, (୦୭/୧୦) : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ନାକପଦା ଗାଁରେ ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆକ୍ରାନ୍ତ ହୋଇଛନ୍ତି ।

ଝାଡାବାନ୍ତିରେ ଜଣେ ମୃତ ଓ ୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତ ମାନଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମଥାନ । ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ଗନ୍ଧାଳି ଗାଁ’ରେ । ଲକ୍ଷ୍ମୀ ବନ୍ଧୁଙ୍କ ଘର ନାକପଦା ଗାଁକୁ ବୁଲିବାକୁ ଆସିଥିଲେ । ବୁଧବାର ନାକପଦା ଗାଁର ମଦନ ମୋହନ ବେହେରା ଓ ଶଙ୍କର୍ଷଣ ବେହେରାଙ୍କ ଘରେ ଭୋଜି ହୋଇଥିଲା । ଦୁଇ ପରିବାର ଲୋକ ଏହି ଭୋଜି ଖାଇଥିଲେ । ଲକ୍ଷ୍ମୀ ମଧ୍ୟ ଖାଇଥିଲେ ।

ଖାଇବା ପରେ ପରିବାରର କିଛି ଲୋକଙ୍କୁ ପ୍ରଥମେ ବାନ୍ତି ହୋଇଥିଲା । ପରେ ଝାଡ଼ା ହୋଇଥିଲା । ପରିବାର ଲୋକେ ତୁରନ୍ତ ସମସ୍ତଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଲକ୍ଷ୍ମୀଙ୍କର ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅସ୍ୱାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ପାଇଁ ଝାଡାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ଗତକାଲି ଗାଁ’ରେ ମେଡିକାଲ ଟିମ୍‌ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

Popular Articles