ଟ୍ରକ୍‌ରେ ପିଟି ହେଲା ସ୍କୁଟି : ଚାଲିଗଲା ମହିଳାଙ୍କ ଜୀବନ

0
105
ଟ୍ରକ୍‌ରେ ପିଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୋର, (୦୭/୧୦) : ସ୍କୁଟିରେ ଘରକୁ ଫେରୁଥିଲେ । ଅଧା ରାସ୍ତାରେ ଟ୍ରକ୍‌ରେ ପିଟି ହେଲେ । ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି ।

ସିମୁଳିଆ ଗାଁର ପ୍ରମିଳା ବେହେରା, ତପସ୍ୱିନୀ ଶଙ୍ଖୁଆ ଓ ତାଙ୍କ ଛୁଆକୁ ଧରି ସ୍କୁଟିରେ ଆଜି ଅନନ୍ତପୁର ଯାଇଥିଲେ । ସେଠାରୁ କାମ ସାରି ଘରକୁ ଫେରୁଥିଲେ । ତେବେ ଅଇଁରି ଛକରେ ସମ୍ମୁଖରୁ ଆସୁଥିବା ଟ୍ରକ୍‌ରେ ପିଟି ହୋଇଯାଇ ଥିଲେ । ପ୍ରମିଳା ବେହେରାଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରକ୍‌ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତପସ୍ୱିନୀ ଓ ଛୁଆ ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ୍‌ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଛି । ପୁଲିସ୍‌ ଟ୍ରକ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି ।