ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୨୦/୦୯): ପାଇକମାଲ ପଂଚାୟତ ସମିତିର ଲଖମରା ମହାବିଦ୍ୟାଳୟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗ୍ରାମାଂଚଳରୁ ବୃଦ୍ଧ ବୃଦ୍ଧା ଓ ଚକ୍ଷୁରୋଗୀ ନିଜର ଆଖି ପରୀକ୍ଷା କରାଇଥିଲେ ।

ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁର ଓ ଯୁବ ରେଡକ୍ରସ ଲଖମରା ମହାବିଦ୍ୟାଳୟର ମିଳିତ ସହଯୋଗରେ ବହୁ ସଂଖ୍ୟାରେ ଚକ୍ଷୁରୋଗୀ ଚକ୍ଷୁ ପରୀକ୍ଷା କରାଇଥିଲେ | ଅଧିକାଂଶ ବୃଦ୍ଧ ବୃଦ୍ଧା ଶିବିରକୁ ଆସିଥିଲେ | ଯେଉଁରୋଗୀମାନେ ଅପରେସନ୍ ପାଇଁ ଯୋଗ୍ୟ ବିବେଚିତ ହେଲେ ତୁରନ୍ତ ତାଂକୁ ବୀରମହାରାଜପୁର ନେତ୍ରାଳୟକୁ ପଠାଇ ଦେଉଥିଲେ । ପ୍ରାୟ ୨୦୦ରୋଗୀଂକ ଚକ୍ଷୁ ପରୀକ୍ଷା କରାଯାଇଥିଲା । ୫୬ ଜଣଂକୁ ଅପରେସନ ପାଇଁ ପଠାଗଲା । ପ୍ରଥମେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ମିଶ୍ର ଛାତ୍ର ଛାତ୍ରୀଙ୍କୁ ଏକ ସଚେତନ ସଭା ମାଧ୍ୟମରେ ସେବା ମନୋଭାବ ପ୍ରତିପୋଷଣ ପାଇଁ ଆହ୍ବାନ ଦେଇ ଥିଲେ । ଅଂଚଳରେ ଏପରି କାର୍ଯ୍ୟକୁ ବେଶ୍ ପ୍ରସଂଶା କରୁଛନ୍ତି |

Comments are closed.