Friday, March 29, 2024

Top 5 This Week

Related Posts

ଅସହ୍ୟ ହେଲା ଋଣ ଭାର : ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ !

ରିପୋର୍ଟ : ଓଡିଶା ନ୍ୟୁଜ ୨୪ବ୍ୟୁରୋ //
ତେଲକୋଇ, (୦୭/୧୦) : ଅସହ୍ୟ ହେଲା ଋଣ ଭାର । ଅତ୍ୟଧିକ ସୁଦ୍ଧହାର ସୁଝିବା କଷ୍ଟକର ହୋଇ ପଡ଼ିଲା । ଋଣ ପରିଶୋଧ କରି ନ ପାରି ଶେଷରେ ଆତ୍ମହତ୍ୟା କରିଛନ୍ତି ଟ୍ରକ୍ ମାଲିକ । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ’ ରୁ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଛାମୁଣ୍ଡା ଗାଁ ମକୁନ୍ଦ ମହାକୁଡ଼ ।

ମକୁନ୍ଦ ଏକ ୧୨ ଚକିଆ ଟ୍ରକ୍ କିଣି ଚଳାଉଥିଲେ । ସବୁ ଠିକ ଠାକ ଚାଲି ଥିଲା । ମାସେ ହେଲା ମାଇନ୍ସ ଚାଲୁ ନ ଥିବାରୁ ତାଙ୍କ ଟ୍ରକ୍ ବନ୍ଦ ହୋଇପଡି ରହିଥିଲା । ଫଳରେ ଟ୍ରକରୁ କୌଣସି ରୋଜଗାର ହୋଇପାରୁନଥିଲା । ଅସହ୍ୟ ଋଣ ଭାର ହେବା ଫଳରେ ମୁକୁନ୍ଦ ଚାପରେ ଥିଲେ । ଅନ୍ୟପଟେ ଯେଉଁ ସଂସ୍ଥାରୁ ଋଣ ଆଣି ଟ୍ରକ୍ କିଣି ଥିଲେ, ସେ ସଂସ୍ଥା ବାରମ୍ବାର କିସ୍ତି ପାଇଁ ତାଗିଦ କରୁଥିଲା । ଏପରିକି ତାଙ୍କର ଜାଗା ବାଡ଼ି ବିକ୍ରି କରି କିଛି ଋଣ ସୁଝିଥିଲେ । ଏବେ ଋଣ ସଂସ୍ଥା ପୁଣି ତାଗିଦ କରୁଥିଲା, ଅନ୍ୟ ଉପାୟ ନ ପାଇ ନିଜ ଘର ଆଗରେ ମୁକୁନ୍ଦ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଘର ଆଗରୁ ଉଦ୍ଧାର କରାଯାଇଥିଲା । ମୁକୁନ୍ଦଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Popular Articles