କାର ଭିତରୁ ୧୪୦୦କଫ ସିରଫ, ନିଶା ଟ୍ୟାବଲେଟ ସହ ବାଇକ ଜବତ

ରିପୋର୍ଟ-ଡିଲେଶ୍ୱର ବାଗ
ପଦ୍ମପୁର(୨୦/୦୯): ଗତକାଲି ପାଇକମାଲ ନିକଟସ୍ଥ ସାଲେପଲି ଗ୍ରାମ ଝାରମୁଣ୍ଡା ଛକ ନିକଟରେ ପାଇକମାଲ ପୋଲିସ ଏକ ଇଣ୍ଡିଗୋ କାରରୁ ୧୪୦୦ବୋତଲ ଏସକଫ ସିରଫ ସହିତ ୧୦ ଗୋଟି ନିଶା ଟାଵଲେଟ ୨ଗୋଟି ମୋବାଇଲ ଫୋନ, ଗୋଟେ କାର ଓ ଗୋଟେ ବାଇକ ଜବତ କରିଛି ।

ଏ ଏସ ଆଇ ସନ୍ତୋଷ କୁମାର ସାହୁଙ୍କର ଅଭିଯୋଗ କ୍ରମେ ପାଇକମାଲ ଥାନାରେ କେଶ ନମ୍ବର ୧୭୧/୧୯ରୁଜୁ ହେଇ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଘାଗରା ଗ୍ରାମର ମୁନା ବାଗ ଓ ସୁଦାମ ସାଣ୍ଢ ନାମକ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି ।

Comments are closed.