ଭାରତୀୟ ସାମ୍ବାଦିକ ସଂଘ ର ବରିଷ୍ଟ ସଦସ୍ୟ ସାପ୍ତାହିକ ଖବର କାଗଜ ର ସମ୍ପାଦକ ଙ୍କ ବିୟୋଗ

0
114
ଭାରତୀୟ ସାମ୍ବାଦିକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୦୬/୧୦) : ବଲାଙ୍ଗୀରରୁ ପ୍ରକାଶିତ ସାପ୍ତାହିକ ଖବର କାଗଜ ସ୍ୱର୍ଣ୍ଣପ୍ରଭାର ସଂପାଦକ ତଥା ଭାରତୀୟ ସାମ୍ବାଦିକ ସଂଘ ( Indian journalist Association) ର ବରିଷ୍ଟ ସଦସ୍ୟ ଅକ୍ଷୟ ସ୍ୱାଇଁ ଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି ।

ଭାରତୀୟ ସାମ୍ବାଦିକ ସଂଘ ର ବରିଷ୍ଟ ସଦସ୍ୟ ତଥା ସାପ୍ତାହିକ ଖବର କାଗଜ ର ସମ୍ପାଦକ ଙ୍କ ବିୟୋଗ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ଆଜି ସକାଳେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ଶ୍ରୀ ସ୍ୱାଇଁ ଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ସାମାନ୍ୟ ରକ୍ତ ବାନ୍ତି କରିବା ସହ ତଳେ ପଡି ଯାଇଥିଲେ । ପୂର୍ବରୁ ମଧ୍ୟ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ବିଭିନ୍ନ ସମୟରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଦିନ ପ୍ରାୟ ୩ ଟା ସମୟରେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଓଡ଼ିଶା ସଡକ ଓ ପରିବହନ ନିଗମ କାର୍ଯ୍ୟାଳୟରୁ ଅବସର ନେବା ପରେ ସାମ୍ବାଦିକତା ବୃତ୍ତିକୁ ଆପଣାଇ ନେଇଥିଲେ । ୨ଠଠ୯ ରୁ ୨ଠ୧୨ ମସିହା ପର୍ଯ୍ୟନ୍ତ ସାପ୍ତାହିକ ପ୍ରେରଣାର କାର୍ଯ୍ୟନିର୍ବାହୀ ସମ୍ପାଦକ ଭାବେ ନିଷ୍ଠାର ସହ କାର୍ଯ୍ୟ ତୁଲାଇ ଆସିଥିଲେ । ଜଣେ ବରିଷ୍ଠ ଓ ସ୍ନେହୀ ମଣିଷ ତଥା ଯୁବ ସୁଲଭ ଗୁଣ ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଙ୍କୁ ସମସ୍ତଙ୍କ ନିକଟରେ ପରିଚିତ କରିପାରିଥିଲା । ଏଥି ସହ ସେ ନିଜ ସଂପାଦନାରେ ସାପ୍ତାହିକ ସ୍ୱର୍ଣ୍ଣପ୍ରଭା ପ୍ରକାଶିତ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆଉ କିଛି ଦିନ ପରେ ସେ ନିଜ ପ୍ତ୍‌ିକାର ସ୍ୱନକ୍ଷତ୍ର ଦିବସ ପାଳନ କରିବାକୁ ସ୍ଥିର ମଧ୍ୟ କରିଥିଲେ । ତେବେ ବିଧିର ବିଧାନ ଅଲଗା ଥିଲା ।

ସେ ଆଜି ଆମ ଗହଣରେ ନାହାଁନ୍ତି । ଜଣେ ସଚ୍ଚୋଟ ଓ ମେଳାପୀ ମଣିଷ ଭାବରେ ସେ ସାମ୍ବାଦିକ ମହଲରେ ଜଣାସୁଣା ଥିଲେ । ତାଙ୍କ ପୁତ୍ରବଧୂ ମମତା ଜେନା ବିଜେଡିର ପୂର୍ବତନ କାଉନସିଲର ଥିବା ବେଳେ ସ୍ୱର୍ଗତ ସ୍ୱାଇଁ ମଧ୍ୟ ଏକଦା କାଉନସିଲର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲେ । କଂଗ୍ରେସର ଜଣେ ଅନ୍ଧ ସମର୍ଥକ ଭାବରେ ସ୍ୱର୍ଗତ ସ୍ୱଇଁ ଜଣାଶୁଣା ଥିଲେ ଓ ଦମ୍ଭର ସହ ନିଜକୁ ‘ବୋର୍ଣ୍ଣ କଂଗ୍ରେସ’ ବୋଲି କହୁଥିଲେ । ମୃତ୍ୟୁ ଖବର ଶୁଣିବା ପରେ ସ୍ୱର୍ଗତ ସ୍ୱ।ଇଁ ଙ୍କ ବ୍ରାହ୍ମଣ ପଡା ବାସଭବନରେ ଜନସାଧାରଣଙ୍କ ଭିଡ ଜମିଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶରତ ମହାକୁଡ. ଅଧ୍ୟାପକ ବିକାଶ ଜେନା, ପ୍ରଶାନ୍ତ ମହାକୁଡ, ଜୟପ୍ରକାଶ ମଟାରୀ, ଜୟଶଙ୍କର ପଟ୍ଟନାୟକ, ବଦ୍ରିନାରାୟଣ ମିଶ୍ର, ପ୍ର୍ରେରଣାର ସମ୍ପାଦକ, ରଘୁ ନନ୍ଦନ ସିଂହ, ପ୍ରେସ ବ୍ଲବ ସଭାପତି ଅରୁଣ କୁମାର ମିଶ୍ର ପ୍ରମୁଖ ଶେଷ ଦର୍ଶନ ପାଇଁ ତାଙ୍କ ବ୍ରାହ୍ମଣପଡା ବାସଭବନରେ ପହଞ୍ଚି ଥିଲେ । ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ବଲାଙ୍ଗୀର ପ୍ରେସ କ୍ଲବ ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ସ୍ୱାଇଁ ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି ।

ଜଣେ ସରଳ ଓ ନିରଳସ ମଣିଷକୁ ହରାଇ ସତରେ ସମସ୍ତେ ମର୍ମାହତ । ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଙ୍କ ସହିତ ସେହି ହସଥଟ୍ଟାର ମୁହୂର୍ତ୍ତ ବୋଧେ ଆଉ କେବେ ଆସିବ ନାହିଁ । ବଲାଙ୍ଗୀର ସାମ୍ବାଦିକ ଜଗତ ଆଜି ଜଣେ ସରଳ ଓ ନିଷ୍କପଟ ମଣିଷକୁ ହରାଇଲା । ସ୍ୱର୍ଗତ ଅକ୍ଷୟ ସ୍ୱାଇଁ ଙ୍କ ବିୟୋଗରେ ଜନସେବା ପରିବାର ଓ ଜନସେବା ସି,ବି,ଓ ତରଫରୁ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି ।