କୃଷି ଅଧିକାରୀ ଓ ଗ୍ରାମସେବକଙ୍କ ପାଇଁ ଭୁଚେତନା ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୯/୦୯): ରାୟଗଡା ଠାରେ ପ୍ରକଳ୍ପ ନିର୍ଦେଶକ ଜଳ ଛାୟା ଗୃହରେ ଇକ୍ରାସେଟ ହାଇଦ୍ରାବାଦ ଓ ଓଡିଶା କୃଷି ବିଭାଗର ସହଯୋଗରେ ଓ ହର୍ଷ ଟ୍ରଷ୍ଟଙ୍କ ସଂଯୋଜନାରେ ଏକଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ସହକାରୀ କୃଷି ଅଧିକାରୀ ଓ ଗ୍ରାମସେବକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ରାୟଗଡା ଜ଼ିଲ୍ଲାର ସମସ୍ତ ୧୧ଗୋଟି ବ୍ଲକର ୧୨୦ଜଣ ଅଧୀକାରୀଙ୍କୁ ନେଇ ଏହି ତାଳିମ ଶିବିର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ଶ୍ରୀ କୃଷ୍ଣ ଚନ୍ଦ୍ର ସିଂ, ସମ୍ମାନିତ ଅତିଥି ରୂପେ ଶ୍ରୀ ସୁଶାନ୍ତ କୁମାର ସିଂ ପ୍ରକଳ୍ପ ନିର୍ଦେଶକ ଜଳଛାୟା, କିରଣ ପିଟାରେ ଜ଼ିଲ୍ଲା ସଂଯୋଜକ ଇକ୍ରାସେଟ ଶରତ କୁମାର ସାହୁ ଜ଼ିଲ୍ଲା ସଂଯଯୋଜକ ହର୍ଷ ଟ୍ରଷ୍ଟ ଶ୍ରୀ ସନ୍ଦୀପ ନାୟକ ବିଜ୍ଞାନ ଅଧିକାରୀ ଇକ୍ରାସେଟ ଯୋଗ ଦେଇଥିଲେ | ଓଡିଶା ଭୁଚେତନା ପ୍ରକଳ୍ପ ଅନ୍ତର୍ଗତ ଏହି ଦକ୍ଷତା ଭିତିକ ବୃଦ୍ଧି କାର୍ଯ୍ୟକ୍ରମ ରେ ଜ୍ଞାନରଂଜନ ପାଣିଗ୍ରାହୀ ତିରୁପତି ସିନି ପିନି ସହକାରୀ କୃଷି ଅଧିକାରୀ ସମ୍ବଳ ବ୍ୟକ୍ତି ଭାବରେ ଯୋଗ ଦେଇ କୃଷି ଅଧିକାରୀ ମାନଙ୍କୁ ମୃତ୍ତିକାର ସ୍ୱାସ୍ଥ୍ୟ, ଉନ୍ନତ କୃଷି ପ୍ରଣାଳୀ, ରୋଗ ପୋକ ଦମନ, ସମ୍ବଦ୍ଧିୟ ଜ୍ଞାନ କୌଶଳ ଉପରେ ବୃତ୍ତ ଚିତ୍ରମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ | ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥିବୃନ୍ଦ ମୃତିକା ଉପାଦାନର ମାନଚିତ୍ରର ଶୁଭ ଉନ୍ମୋଚନ କରିଥିଲେ | ଶରତ କୁମାର ସାହୁ ହର୍ଷ ଟ୍ରଷ୍ଟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ସିଂ ଅଧିକାରମାନଙ୍କୁ ସମୟାନୁବର୍ତ୍ତିତ ହୋଇ ମୃତିକା ପରୀକ୍ଷା ଓ ଅଭାବ ଜନିତ ଅଣୁ ଉପାଦାନର ବ୍ୟବହାର ଉପରେ ଚାଷୀଭାଇ ଭଉଣୀଙ୍କୁ ସଚେତନ ପାଇଁ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଶରତ କୁମାର ସାହୁ ସନ୍ଦୀପ ନାୟକ ବୁଧନାଥ ପଣ୍ଡା ପ୍ରଦିପ ଦୋରା ତ୍ରିପତି ରାଇଗୁରୁ ରିଙ୍କୁ ଗୌଡ଼ ଆରତୀ ନାୟକ ପରିଚାଳନା କରିଥିଲେ |

Comments are closed.