ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଉଛି କିଏ ?

0
128
ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୬/୧୦) : ଅବ୍ୟବସ୍ଥା ଭିତରେ ଚିକିତ୍ସାଳୟ ! ଅସରାଏ ବର୍ଷା ରେ ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପାଣି ଗାଳିବା ଏକ ଭିଡିଓ ଆଜି ଆମ କେମେରାରେ କଏଦ ହୋଇଛି lWhatsApp Image 2022 10 06 at 6.34.57 PM 2 ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଉଛି କିଏ ?

ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅବସ୍ଥା ଶୋଚନୀୟ ହୋଇପଡିଛି l ଟିକିଏ ବର୍ଷା ରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ପାଖରୁ ଆରମ୍ଭ ଉପର ମହଲା ସିଡ଼ି ରାସ୍ତା ଯାହାକି ନୂତନ ଶୈଳୀ ରେ ତିଆରି ହୋଇଥିବା ଏମରଜେନସି କେବିନ କୁ ଯିବା ବେଳେ ଟିକିଏ ବର୍ଷା ରେ ପାଣି ଗଳୁଛି ଆଜି ପର୍ଯ୍ୟନ୍ତ ଏହି ନିର୍ମାଣ କାର୍ଯ୍ୟ ର ଆକଳନ ସୂଚନା ଫଳକ ନାହିଁ ଏବଂ ସରକାର ଙ୍କ କେଉଁ ଯୋଜନା ରେ ତିଆରି କରାଯାଉଛି ଓ ସରକାରୀ ଯନ୍ତ୍ରୀ ର ଅଣ ଦେଖା ନାଁ ମଧୁଚନ୍ଦ୍ରିକା ରେ ଚାଲିଛି ନିର୍ମାଣ କାର୍ଯ୍ୟକ୍ରମ l ଜିଲ୍ଲା ପ୍ରଶାସନ ଏହାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର l