ଅଙ୍ଗ ନଦୀରେ ପାଣି, ଡଙ୍ଗାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ

ରିପୋର୍ଟ-ଡିଲେଶ୍ୱର ବାଗ
ପଦ୍ମପୁର(୧୯/୦୯): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ସୀମାନ୍ତବର୍ତୀ ଚରଦାପାଲି ଅଞ୍ଚଳବାସୀ ବର୍ଷା ଆରମ୍ଭରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ବର୍ଷା ଆରମ୍ଭ ହେଉଣୁ ଅଙ୍ଗ ନଦୀରେ ପାଣି ପ୍ରଭାବିତ ହେବା ପରେ ଏବେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ଦୀର୍ଘ ଦିନରୁ ଏକ ସ୍ଥାୟୀ ପୋଲର ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ କିଛି ହେଉନାହିଁ । ଯଦ୍ୱାରା ସମଗ୍ର ଚର୍ଦାପାଲି ପଞ୍ଚାୟତର ୫ଖଣ୍ଡ ମୌଜା ବର୍ଷା ଋତୁରେ ସମ୍ପୂର୍ଣ ଓଡ଼ିଶା ରାଜ୍ୟରୁ ବିଛିନ୍ନ ରହୁଛି । ଆଦିବାସୀ ବହୁଳ ସେହି ପଞ୍ଚାୟତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସ୍ଵାଧୀନତାର ୭୦ ବର୍ଷ ପରେ ମଧ୍ୟ ଏକ ସ୍ବପ୍ନ । ଏହାର ତୁରନ୍ତ ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲାପ୍ରସାସନ ଧ୍ୟାନ ଦିଅନ୍ତୁ ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି ।

Comments are closed.