Friday, March 29, 2024

Top 5 This Week

Related Posts

ଆଜିଠୁ ଶ୍ରୀମନ୍ଦିର ରେ କାର୍ତ୍ତିକ ନୀତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୬/୧୦) : ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି । ଆଜିଠୁ ଶ୍ରୀମନ୍ଦିର ରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି । ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା ।

ଏହାପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି । ମହାପ୍ରଭୁ ଆଜିଠୁ ଶ୍ରୀମନ୍ଦିର ରେ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅବକାଶ ନୀତି ସରିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶକୁ ଭକ୍ତ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଆଜିଠାରୁ କାର୍ତ୍ତିକ ପୁର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବାଳଭୋଗ ଲାଗି ହେବାର ପରମ୍ପରା ରହିଛି । କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରୁଛନ୍ତି ।

ଆଜି ଶ୍ରୀକ୍ଷେତ୍ରରେ ଅନନ୍ୟ ପରମ୍ପରା ଗୋଷାଣୀ ଯାତ୍ରା ରହିଛି । ଗତ ଦୁଇବର୍ଷ ହେବ କରୋନା ଯୋଗୁଁ ଗୋଷାଣୀ ଯାତ୍ରା ଫିକା ପଡିଥିବା ବେଳେ ଏଥର ବେଶ ଜାକଜମକରେ ପାଳିତ ହେବ । ବଡଦାଣ୍ଡର ଆକର୍ଷଣୀୟ ଆଲୋକ ମାଳା ସହ ଗୋଷାଣୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯା‌ଇଛି ।

Popular Articles