ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଲା ତିନି ଭଉଣୀଙ୍କୁ ଧନ୍ୟବାଦ ଚିଠି

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରିଗୁଡା(୨୦/୦୯): ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଧନ୍ୟବାଦ ଚିଠି ପାଇଲେ ବୈପାରୀଗୁଡାର ତିନି ଭଉଣୀ | ଗତ ଅଗଷ୍ଟ ପନ୍ଦର ତାରିଖ ଦିନ ରାକ୍ଷୀ ପୂର୍ଣ୍ଣମା ଅବସରରେ ପଠାଇଥିବା ରାକ୍ଷୀର ଉତ୍ତର ଆଜି ପ୍ରଧାନମନ୍ତ୍ରୀଙ୍କ ଠାରୁ ବୈପାରୀଗୁଡାର ତିନି ଭଉଣୀଙ୍କୁ ଆସିଛି |

ବୈପାରିଗୁଡା ଅଞ୍ଚଳର ଟି. ପ୍ରମୋଦ ପାତ୍ର ଓ ସ୍ତ୍ରୀ ଟି କବିତା ପାତ୍ରଙ୍କ ତିନି ଝିଅ ଟି.ଶ୍ରୀୟା ପାତ୍ର, ଟି.ସୁମନ ପାତ୍ର ଓ ଟି.ଶିବାନୀ ପାତ୍ର | ଆଜି ସେଇ କୁନି କୁନି ଝିଅ ମାନଙ୍କ ମନରେ ଖୁସିର ଲହରୀ | ନିଜର ଭାଇ ନ ଥିବା ଦୁଃଖକୁ ଦୂର କରିବା ପାଇଁ ଗତ ରାକ୍ଷୀ ବନ୍ଧନ ଉପଲକ୍ଷେ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଠାଇଥିବା ରାକ୍ଷୀର ଉତ୍ତର ଆଜି ସେମାନଙ୍କୁ ମିଳିଛି | ଗତ ଅନେକ ବର୍ଷ ତଳୁ ସେମାନେ ମୋଦିଙ୍କୁ ରାକ୍ଷୀ ପଠାଇବାକୁ ଚାହୁଁଥିଲେ ମଧ୍ୟ ପଠାଇ ପାରୁ ନ ଥିଲେ | ତେବେ ଏଇ ବର୍ଷ ରାକ୍ଷୀ ପଠାଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରତି ଉତ୍ତର ପାଇ ଖୁବ ଖୁସି ହୋଇଯାଇଛନ୍ତି | ସେମାନଙ୍କର ଆଶା ନ ଥିଲା ନିଜର ଖୁବ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସେମାନଙ୍କ ରାକ୍ଷୀର ଉତ୍ତର ଦେବେ କିନ୍ତୁ ପ୍ରତିଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ତେଣୁ ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ରଙ୍କ ପରିବାରରେ ଆନନ୍ଦର ଲହରୀ ଖେଳିବା ସହିତ ବୈପାରିଗୁଡା ଏକ ଗୌରବ ହୋଇପାରିଛି |

Comments are closed.