ତିଲେଇମାଲ ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ

0
113
ତିଲେଇମାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୁଚିଣ୍ଡା, (୦୬/୧୦) : ସମ୍ବଲପୁର ଜିଲ୍ଲା ବାମରା ବନାଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀ ଦ୍ୱୟ ଗୋଟିଏ ମାଈ ହାତୀ ହୋଇଥିବା ବେଳେ ଗୋଟିଏ ଦନ୍ତାହାତୀ ହୋଇଥିବା ସୂଚନା ମିଳିଛି ।

ଗତକାଲି ହାତୀ ଦୁଇଟି କ୍ଷେତକୁ ଧାନ ଫସଲ ଖାଇବାକୁ ଆସିଥିଲେ । କ୍ଷେତରେ କୀଟ ନାଶକ ପଡ଼ିଥିବା ବେଳେ ହାତୀ ଦୁଇଟି ଏହି ଫସଲ ଖାଇଥିଲେ । ବିଷକ୍ରୀୟା ଯୋଗୁଁ ହାତୀ ଦୁଇଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ତେବେ ତିଲେଇମାଲ ଜଙ୍ଗଲ ର ହାତୀ ଦୁଇଟିର କିପରି ମୃତ୍ୟୁ ଘଟିଲା ପ୍ରକୃତ କାରଣ ଜଣାପଡ଼ି ନାହିଁ । ଆଜି ସକାଳେ ହାତୀ ଦୁଇଟି ମରିପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।