ଚରଦାପାଲି ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ପଦବୀ ଖାଲି

ରିପୋର୍ଟ: ଡିଲେଶ୍ୱର ବାଗ
ଚରଦାପାଲି, ବରଗଡ଼(୧୯/୦୯): ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚରଦା ପାଲି ଉଚ୍ଚ ବିଦ୍ୟାଳୟରେ ବହୁତ ଦିନ ହେଲା ହିନ୍ଦୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ପଦଵୀ ଖାଲି ପଡ଼ିଛି ।

ଯଦ୍ୱାରା ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ମାନେ ଅଭିଯୋଗ କରୁଛନ୍ତି । ଏହି ସ୍କୁଲରେ ୩୦୦ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ୬ଜଣ ସହ ପିଅନ ୩ଜଣ ଅଛନ୍ତି । ଆଉ ହଷ୍ଟେଲରେ ମେଟ୍ରନର ସୁବିଧା ନାହିଁ । ହିନ୍ଦୀ ଶିକ୍ଷକ ଏପ୍ରିଲ ମାସରେ ଦେହାନ୍ତ ହେବା ପରେ ହିନ୍ଦୀ ପଦଵୀ ଖାଲୀ ପଡିଛି । ଆଗକୁ ପରୀକ୍ଷା ଅଛି ଯଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ମନରେ ପାଠ ପଢ଼ାରେ ବାଧା ଦେଖାଦେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |

Comments are closed.