ରିପୋର୍ଟ ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୧୦) : ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ବ୍ରାଜିଲ୍ ଟିମ୍ । ଗତକାଲି ବ୍ରାଜିଲ୍ ଟିମ୍ ଆସି ପହଞ୍ଚିଥିବା ବେଳେ ଆଜି ଆସିବ ମରୋକୋ ଟିମ୍ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ୧୧ ତାରିଖ ଦିନ ସାଢ଼େ ୪ ଟାରେ ମରୋକ୍କୋ ଟିମ୍ ସହ ଅଭିଯାନ ଆରମ୍ଭ କରିବ ବ୍ରାଜିଲ୍ ଟିମ୍ । ଏପଟେ ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ୍ ପାଇଁ ୨୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି ।ଆସନ୍ତା ୧୧ ତାରିଖରେ ଆମେରିକା ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ପରେ ୧୪ ତାରିଖରେ ମରୋକ୍କୋ ଓ ୧୭ ରେ ବ୍ରାଜିଲକୁ ଭେଟିବ ଟିମ୍ ଇଣ୍ଡିଆ । ସୂଚନା ଅନୁଯାୟୀ, ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ତିନିଟି ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଏ ସମସ୍ତ ଗ୍ରୁପ୍ ମ୍ୟାଚ୍ ଆୟୋଜକ ଭାରତ ଖେଳିବ। ।
ମ୍ୟାଚଗୁଡ଼ିକ ଅକ୍ଟୋବର ୧୧, ୧୪ ଏବଂ ୧୭ ତାରିଖରେ ଖେଳାଯିବ । ଗୋଆରେ ଉଭୟ ସେମିଫାଇନାଲ୍ ଖେଳାଯିବାକୁ ଥିଲା ବେଳେ ମେଗା ଫାଇନାଲ୍ ଅକ୍ଟୋବର ୩୦ ତାରିଖରେ ନବୀ ମୁମ୍ବାଇଠାରେ ଆୟୋଜିତ ହେବ । ସଂପୂର୍ଣ୍ଣ ପ୍ରତିଯୋଗିତା ଭୁବନେଶ୍ୱର, ଗୋଆ ଏବଂ ନବୀ ମୁମ୍ବାଇ ଭଳି ତିନିଟି ସ୍ଥାନରେ ହିଁ ଖେଳାଯିବ ।