Related Contents

ମୁରିବାହାଲ ପଞ୍ଚାୟତି ହାଇସ୍କୁଲରେ ଓଷ୍ଟା ତରଫରୁ ପ୍ରସ୍ତୁତି ବୈଠକ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ (୧୯/୦୯): ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଓଷ୍ଟା ସଂଘର ସଭାପତି ପ୍ରଦୀପ କୁମାରଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ବ୍ଲକର ବିଭିନ୍ନ ହାଇସ୍କୁଲର ଶିକ୍ଷକ ଯୋଗ ଦେଇଥିବାବେଳେ ଆଗାମୀ ତା ୨୧/୦୯/୨୦୧୯ଦିନ ଡ଼ିଇଓ ଅଫିସ ସମ୍ମୁଖରେ ହେବାକୁ ଥିବା ଓଷ୍ଟାର ଜିଲ୍ଲା ସ୍ତରୀୟ ରେଲି ଓ ଧାରଣା ସହିତ ମୁରିବାହାଲ ବ୍ଲକ ସ୍ତରୀୟ ଓଷ୍ଟାର ନୂତନ କର୍ମକର୍ତ୍ତା ନିର୍ବାଚନର ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା ହୋଇଥିଲା |

ଚାରୋଟି (୪) ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ କରାଗଲା | ପ୍ରଥମ- ଆସନ୍ତା ୨୧/୦୯/୨୦୧୯ ଶନିବାର ଦିନ ବ୍ଲକ, ଜିଲ୍ଲା, ରାଜ୍ୟ ସ୍ତରୀୟ ଓଷ୍ଟା ସଂଘର କର୍ମକର୍ତ୍ତା ମାନେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତି ସ୍କୁଲର ଚାରିଜଣ ଶିକ୍ଷକ ଓ କର୍ମକର୍ତ୍ତା ଧାରଣା ଦେବା ପାଇଁ ନିଷ୍ପତି ହୋଇଛି | ଦ୍ୱିତୀୟ- ମୁରିବାହାଲ ବ୍ଲକ ସ୍ତରୀୟ ଓଷ୍ଟା ସଂଘର କାର୍ଯ୍ୟକାରୀ କମିଟିର ଶେଷ ହୋଇଯାଇଛି | ଆସନ୍ତା ୨୯/୦୯/୨୦୧୯ରେ ଶନିବାର ଦିନ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ସମୟ ନିର୍ଦ୍ଧାରଣ କରାଗଲା | ତୃତୀୟରେ ବିଭିନ୍ନ ହାଇସ୍କୁଲର ବେତନ ବୃଦ୍ଧି, ପରୀକ୍ଷାରେ ୫୦℅ରୁ କମ ପାସ ହାରରେ ଦରମା ବନ୍ଦ, ମୁରିବାହାଲ ବ୍ଲକର ଦୁଇଟି ହାଇସ୍କୁଲ ବଡ଼ସାଇମରା ଓ ଟୁପାଉଡର ଗ୍ରାଣ୍ଟ ଇନ ଏଡ଼ ପାଇଁ ଓଷ୍ଟା ତରଫରୁ ସରକାରଙ୍କୁ ଜଣାଇବା |
ଚତୁର୍ଥରେ ବ୍ଲକର ସମସ୍ତ ହାଇସ୍କୁଲ ଶିକ୍ଷକଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ସ୍କୁଲର ସମସ୍ୟାର ସମାଧାନ ପାଇଁ ପ୍ରତିମାସରେ ରୋଟେସନ ମାଧ୍ୟମରେ ଓଷ୍ଟାର ବୈଠକଅନୁଷ୍ଠିତ କରିବାପାଇଁ ମୁରିବାହାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ପୀତବାସ ସାହୁ ପରାମର୍ଶ ଦେଇଥିଲେ | ବୈଠକରେ ସମ୍ପାଦକ ତରୁଣ ପୋଢ଼, ରାଜୀବ କୁମାର ମହାନ୍ତି, ବସନ୍ତ ବାଗ, ବିଶ୍ୱନାଥ ପୁଟେଲ, ଚୂଡ଼ାମଣି ବାଗ, ସୁଶାନ୍ତ ବେହେରା, ବୀରେନ୍ଦ୍ର ପୁଟେଲ, ନବ କୃଷ୍ଣ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.