କୋକସରା ବ୍ଲକ ଚିଲିଗୁଡ଼ା ଠାରେ ମାଁ ସର୍ବ ମଙ୍ଗଳାଙ୍କ ଛତର ଯାତ୍ରା ନିଆଁରା ଢ଼ଙ୍ଗରେ ପାଳିତ

0
140
କୋକସରା ବ୍ଲକ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୬/୧୦) : କୋକସରା ବ୍ଲକ ଚିଲିଗୁଡ଼ା ଠାରେ ମାଁ ସର୍ବ ମଙ୍ଗଳାଙ୍କ ଛତର ଯାତ୍ରା । ପାର୍ବଣର ପର୍ବ ଏବେ ଆଣିଦେଇଛି ଗାଁ ଠୁ ସହର ଚାରିଆଡେ, ଉତ୍ସବ ମୁଖର, ମାଁ ଦଶଭୂଜା ଦୂର୍ଗା ଙ୍କ ଶାରଦୀୟ ପୂଜା ଚାଳିଥିବା ବେଳେ ଅନ୍ୟପଟେ ଗାଁ ମାନଙ୍କରେ ଦଶହରା କୁ ନେଇଁ ବିଭିନ୍ନ ଦେବଦେବୀଙ୍କ ପୀଠରେ ରକ୍ତ ଭୋଗଲାଗି ପୂଜାର୍ଚ୍ଚନା ହେଉଥିବା ଦେଖିବାକୁ ମିଳିଥାଏ ।WhatsApp Image 2022 10 06 at 8.01.21 AM 1 କୋକସରା ବ୍ଲକ ଚିଲିଗୁଡ଼ା ଠାରେ ମାଁ ସର୍ବ ମଙ୍ଗଳାଙ୍କ ଛତର ଯାତ୍ରା ନିଆଁରା ଢ଼ଙ୍ଗରେ ପାଳିତ

କିନ୍ତୁ ଏ ସବୁଠୁ ପୂରା ନିଆଁରା ଢ଼ଙ୍ଗରେ ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କ ଛତର ଯାତ୍ରା । ଏଠାରେ ମାଁ’ ଙ୍କୁ ରକ୍ତ ଭୋଗ ବଦଲରେ ଶୁକ୍ଳଭୋଗ, ଚୂଡା ଗୁଡ଼, କଦଳୀ ସହ ନଡ଼ିଆ ଭାଙ୍ଗି ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ସୋମବାର ପୂରା ନିସ୍ତବ୍ଧ ମଧ୍ୟରାତ୍ରୀରେ ମାଁ ସର୍ବ ମଙ୍ଗଳା ଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗଉଁନ୍ତିଆ ଘରକୁ ବିରାଜମାନ କରିଥିଲେ ।

ପରେ ମଙ୍ଗଳବାର ଦେବୀଙ୍କ ପ୍ରତିମା ଛତର ରୂପରେ ଗାଁ ଗଉଁନ୍ତିଆ ବିନୋଦ ବିହାରୀ ସିଂ ଙ୍କ ଘରୁ ପୂଜା ପାଇ ମନ୍ଦିର ଅଭିମୂଖେ ପ୍ରତ୍ୟାବର୍ତ୍ତନ କରିଥିଲେ । ଦେବୀଙ୍କ ଛତର ବାହାରିବା ପରେ ଗାଁର ସମସ୍ତେ ଉଭୟ ରାସ୍ତା କଡରେ ଠିଆ ହୋଇ ଧୂପଦୀପ ନୈବେଦ୍ୟ, ମନ୍ଦାର ମାଳ, ନଡିଆ ଭାଙ୍ଗି ନିଜ ନିଜ ସ୍ଥାନରେ ରହି ପୁଜା କରିଥିବା ଦେଖିବାକୁ ମିଳିଥିଲା ।

ବୀରବାଦ୍ୟ ଘୁମୁରା, ଢ଼ୋଳ ନିଶାନ, ଲୋକନୃତ୍ୟ ଓ ଘଣ୍ଟୁଆଦଳ, କଳାକାରମାନେ ଯୋଗଦେଇ ଢ଼ୋଳ, ନିଶାନ ଓ ଘଣ୍ଟ ହୁଳହୁଳି ର ତାଳେ ତାଳେ ମାଁ ଙ୍କୁ ବିରାଟ ପଟୁଆରରେ ପାଛୋଟି ନେଇ ମାଁ ଙ୍କ ମନ୍ଦିର କୁ ପହଞ୍ଚାଇଥିଲେ । ମାଁ ଙ୍କ ଛତର ପୀଠକୁ ପହଞ୍ଚିବା ପରେ ମନ୍ଦିରରେ ପୂଜାପାଠ ଆରମ୍ଭ ହୋଇଥିଲା । ବିବାହିତ ଅପୁତ୍ରୀକ ମହିଳା ମାନଙ୍କୁ ଗର୍ଭ ଧାରଣ ସମସ୍ୟା ଦୁର କରିବାରେ ମାଁ ସର୍ବ ମଙ୍ଗଳା ଦେବୀଙ୍କ ପ୍ରମୁଖ ଭୁମିକା ରହିଥିବା ବିଶ୍ୱାସ କେଉଁ ଆବାହମାନ କାଳରୁ ରହି ଆସିଛି ।WhatsApp Image 2022 10 06 at 8.01.21 AM 2 କୋକସରା ବ୍ଲକ ଚିଲିଗୁଡ଼ା ଠାରେ ମାଁ ସର୍ବ ମଙ୍ଗଳାଙ୍କ ଛତର ଯାତ୍ରା ନିଆଁରା ଢ଼ଙ୍ଗରେ ପାଳିତ

ଯାହାରି ଫଳରେ ଏଠାକୁ ଶହଶହ ଅପୁତ୍ରିକ ମହିଳା ମାନେ ଦେବୀଙ୍କ ଠାରୁ ଆଶିର୍ବାଦ ନେବାକୁ ଆସିଥାନ୍ତି । ମାଁ ଙ୍କ ଠାରେ ଭକ୍ତ ମାନଙ୍କ ଦୃଢ଼ ବିଶ୍ୱାସ ରହିଛି ଯାହାରି ଫଳରେ କି ଆଜି ମାଁ’ ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ଼ ଜମିଛି । ଚିଳିଗୁଡା ଗାଁ ପୁରା ଜନସମାଗମ ରେ ଲୋକାରଣ୍ୟ ହୋଇପଡିଥିଲା ।

ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଧର୍ମଗଡ ବିଧାୟକ ମୌଷୋଧି ବାଗ, କୋକସରା ସରପଞ୍ଚ କିଶୋର ପ୍ରଧାନି, ପ୍ରମୁଖ ମଞ୍ଚାଶିନ ହୋଇ ମାଁ’ ଙ୍କ ପ୍ରତି ରହିଥିବା ନିଜ ତଥା ଜନସାଧାରଣ ଙ୍କ ଦୃଢ଼ ବିଶ୍ୱାସ କୁ ଉପସ୍ଥାପନା କରି ଥିଲେ । ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ରାତ୍ରୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ରହିଥିବା ଜଣାପଡିଛି ।