Related Contents

ମୁରିବାହାଲ ପଞ୍ଚାୟତ ସମିତି ସଭାଗୃହରେ ଭତ୍ତା ବଣ୍ଟନ

ରିପୋର୍ଟ: ଭଗବାନ ମହାନ୍ତି/ ନିମାଇଁ ବଘାର
ମୁରିବାହାଲ (୧୯/୦୯): ମୁରିବାହାଲ ପଞ୍ଚାୟତ ସମିତି ସଭାଗୃହରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମୁଖ୍ୟଅତିଥି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଥିବାବେଳେ ସମ୍ମାନୀୟ ଅତିଥି ଭାବରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ସୀପକ କୁମାର ପାତ୍ର, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ଉପସ୍ଥିତ ଥିଲେ |

ଶ୍ରୀ ସାଲୁଜା ୨୮୬ଜଣଙ୍କୁ ୪,୩୨,୦୦୦ (ଚାରିଲକ୍ଷ ବତିଶ ହଜାର) ଟଙ୍କା ଭତ୍ତା ପ୍ରଦାନ କରିବା ସହିତ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀମାନଙ୍କୁ ଯେପରି କେହି ଭତ୍ତାରେ ବଞ୍ଚିତ ନ ହୁଅନ୍ତି ସେ ସମସ୍ତଙ୍କୁ କହିଥିବାବେଳେ ୮୦ବର୍ଷର ଉର୍ଦ୍ଧହେଲେ ୭ଶହ ଟଙ୍କା ପାଇବେ ବୋଲି ତାଙ୍କର ଭାଷଣରେ କହିଥିଲେ | ବିଧବା ଭତ୍ତା ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ମିଳିବ ବୋଲି ଉପସ୍ଥାପନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଦେବ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ ୨୮ନମ୍ବର ଜୋନ ସଭାପତି ବେଲାରସିଂ ବେହେରା, ପ୍ରଫୁଲ ବଘାର, ସରପଞ୍ଚ, ସଭ୍ୟ, ଇଓ, ବ୍ଲକର କର୍ମଚାରୀ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ନୀଳକଣ୍ଠ କାଲସାଏ ଗ୍ରାମପଞ୍ଚାୟତ ଅଧିକାରୀ (ଜିପିଓ)ସଂଯୋଜନା କରିଥିଲେ |

Comments are closed.