Advertisements
Monday, June 1, 2020
Home Cultural & Festival ଫଟାମୁଣ୍ଡରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ

ଫଟାମୁଣ୍ଡରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ

ରିପୋର୍ଟ: ନିରୋଜ ପାଣି
ଫଟାମୁଣ୍ଡ, ପଦ୍ମପୁର(୧୬/୦୯): ଫଟାମୁଣ୍ଡ ସ୍ଥିତ ଡ଼.ବି ଆର ଆମ୍ବେଦକର ଯୁବକ ସଂଘ ତରଫରୁ ନୂଆଖାଇ ଭେଟଘାଟ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି | ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ଆୟୋଜିତ ସଭାରେ କୃଷକ ନେତା ଲିଙ୍ଗରାଜ, ସାମ୍ବାଦିକ ଉମେଶ ବିଶ୍ୱାଳ ଓ ଅଧ୍ୟାପିକା ଜୟଶ୍ରୀ ସାହୁ ଅତିଥି ଭାବେ ଯୋଗଦାନ କରି ଆମ୍ବେଦକରଂକ ପ୍ରତିକୃତିରେ ମାଲ୍ୟାର୍ପଣ କରିଥିଲେ |

ଅନୁଷ୍ଠାନର ସଭାପତି ନିରୋଜ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ଗୋପବନ୍ଧୁ ଶିକା ବିବରଣୀ ପଠନ କରିଥିଲେ | ଏ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ତିନି ଅତିଥିଙ୍କ ସମେତ ଶିକ୍ଷାବିତ ଜଗବନ୍ଧୁ ଶିକା, ବାଦ୍ୟକାର କର୍ଣ ସିନ୍ଦୁର, କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ, ସ୍ୱାସ୍ଥ୍ୟସେବୀ ସଂଗ୍ରାମ କେଶରୀ ମହନ୍ତ, ସାମାଜିକ କର୍ମୀ ଶ୍ରୀପତି କୁମ୍ଭାର, ଅଭିନେତ୍ରୀ ସନ୍ଧ୍ୟାରାଣୀ ସୁନା, ବ୍ୟଙ୍ଗକବି ରମପ୍ରସାଦ ବାଗ, ଭାଙ୍ଗାରାଜପୁର ର ଵାଦ୍ୟଦଳ ଓ ବରିଷ୍ଠ ନାଗରିକ ପୁରୁଷୋତ୍ତମ କୁମ୍ଭାରଙ୍କ ନୂଆଖାଇ ସମ୍ମାନ ୨୦୧୯ରେ ସମ୍ବର୍ଦ୍ଧିତ କରାଯାଇଥିଲା | ଭାବର ଡୋରରେ ସମସ୍ତଂକୁ ବାନ୍ଧି ରଖିବାର ପର୍ବ ହେଉଛି ନୂଆଖାଇ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ | ରମେଶ ଗୁର୍ଲଙ୍କ ପରିଚାଳନାରେ ଭରସୁଜାର “ସରଗମଳି” ଓ ଭୁତିବାହାଲ ର ନୃତ୍ୟ ଅନୁଷ୍ଠାନ ସମ୍ବଲପୁରୀ ନୃତ୍ୟ , କେଶରଞ୍ଜନ ପଢଂଙ୍କ ରଚିତ ନିର୍ଦ୍ଦେଶିତ ନାଟକ ଗରାବନ୍ଧ କୁ “ଲୁ” ର କଳାକାର , ରାଜକୁମାର ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ମୋର କାଣା ଦୋଷ ” କୁ ତୋଳବନ୍ଧର କଳାକାର , ରେଣୁରଞ୍ଜନ ବାଗ ଓ ଅଜିତ ପାଣିଗ୍ରାହୀଙ୍କ କଣ୍ଠ ସଂଗୀତ ତଥା ଅନ୍ୟାନ୍ୟ ନୃତ୍ୟ ସଂଗୀତ କୁ ନେଇ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା | ପରିଶେଷରେ ତ୍ରିଲୋଚନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ | ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: