Friday, March 29, 2024

Top 5 This Week

Related Posts

ସୋସିଆଲ ମିଡିଆ ବନ୍ଧୁଙ୍କୁ ହସ୍ପିଟାଲ ଡାକିଲେ : ୨ ବନ୍ଧୁଙ୍କ ସହ ମିଶି ଦୁଷ୍କର୍ମ କଲେ ଡାକ୍ତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବସ୍ତି/ଉତ୍ତର ପ୍ରଦେଶ, (୦୫/୧୦) : ସୋସିଆଲ ମିଡିଆ ବନ୍ଧୁଙ୍କୁ ହସ୍ପିଟାଲ କୁ ଡାକିଲେ ଡାକ୍ତର ପରେ ୨ ବନ୍ଧୁଙ୍କ ସହ ମିଶି ଦୁଷ୍କର୍ମ ଅଭିଯୋଗ ରେ ଉତ୍ତର ପ୍ରଦେଶର ବସ୍ତିରେ ପୁଲିସ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି । ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଏପରି ପଦକ୍ଷେପ ନେଇଛି ।

ବସ୍ତି ସଦର କୋଟୱାଲି ଅଞ୍ଚଳରେ ଥିବା ଗୋଟିଏ ହସ୍ପିଟାଲରେ ଏହି ଡାକ୍ତର ଜଣଙ୍କ କାର୍ଯ୍ୟ କରୁଥିଲେ । ପ୍ରଥମେ ସେ ମହିଳାଙ୍କ ସହ ସୋସିଆଲ ମିଡିଆ ରେ ବନ୍ଧୁତା କରିଥିଲେ । ଏହାପରେ ତାଙ୍କୁ ନିଜ ହସ୍ପିଟାଲକୁ ସମୟ ଦେଖି ଆସିବାକୁ ପ୍ରସ୍ତାବ ଦେଇଥିଲେ । ମହିଳା ଜଣଙ୍କ ମଧ୍ୟ ଡାକ୍ତରଙ୍କ କଥାରେ ରାଜି ହୋଇ ହସ୍ପିଟାଲକୁ ଆସିଥିଲେ । ସେଠାରେ ଉଭୟ କିଛି ସମୟ କଥା ହୋଇଥିଲେ । କଥାବାର୍ତ୍ତା ସରିବା ପରେ ଡାକ୍ତର ଜଣଙ୍କ ମହିଳାଙ୍କୁ ବିଭିନ୍ନ ଆଳ ଦେଖାଇ ନିଜ ହଷ୍ଟେଲ ରୁମକୁ ନେଇ ଯାଇଥିଲେ । ସେଠାରେ ସେ ଓ ତାଙ୍କର ଦୁଇ ଜଣ ବନ୍ଧୁ ମିଳିତ ଭାବେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ମହିଳା ଜଣଙ୍କ ଗୋଟିଏ ପ୍ରାଇଭେଟ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ପାଠପଢ଼ାନ୍ତି । ଘଟଣା ପରେ ସେ ଚୁପଚାପ ବସ୍ତିରୁ ଲକ୍ଷ୍ନୌ ଚାଲି ଆସିଥିଲେ । ଲକ୍ଷ୍ନୌରେ ପହଞ୍ଚିବା ପରେ ସେ ବିଧିବଦ୍ଧ ଭାବେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ । ପୁଲିସ୍‌ ଘଟଣାର ତଦନ୍ତ କରିବା ପରେ ହସ୍ପିଟାଲକୁ ଯାଇ ଡାକ୍ତରଙ୍କୁ ଗିରଫ କରିଛି । ଏବେ ତାଙ୍କର ଦୁଇ ସାଙ୍ଗକୁ ପୁଲିସ୍‌ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି ।

Popular Articles