ପଦ୍ମପୁର ଠାରେ ନିର୍ମାଣଧୀନ ପାନୀୟ ଜଳ ପ୍ରକଳ୍ପକୁ ୟୁଦ୍ଧ କାଳୀନ ଭିତ୍ତିରେ ସମାପ୍ତି ପାଇଁ ନିର୍ଦେଶ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୯/୦୯): ରାୟଗଡା ଜ଼ିଲ୍ଲା ପଦ୍ମପୁର ବ୍ଲକ ସଦର ମହକୁମା ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଥିଲା ପାନୀୟ ଜଳ ସମସ୍ୟାର ସମାଧାନ କରି ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ଜ଼ିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ୨କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପ୍ରକଳ୍ପକୁ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ ଋତୁରାଜ ଓ ଗୁଣୁପୁର ଉପ ଜ଼ିଲ୍ଲାପାଳ ଡାକ୍ତର ବି ଏସ ବଳିରାମ କାର୍ଯ୍ୟ ଅନୁଧ୍ୟାନ କରିଥିଲେ |

ତା ସହିତ ନିର୍ଧାରିତ ସମୟରେ ଯୁଦ୍ଧକାଳୀନ ଭିତିରେ ଏହି ପ୍ରକଳ୍ପ କାମକୁ ସମାପ୍ତ ପାଇଁ ପଦ୍ମପୁର ବ୍ଲକର ଗ୍ରାମ୍ୟ ଜଳ ଯୋଗାଣର କନିଷ୍ଠ ଯନ୍ତ୍ରୀ ଶ୍ରୀ ଲୋକନାଥ ଯାଦବ ଓ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ ପଦ୍ମପୁର ସହରର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କିପରି ଭାବେ ହୋଇପାରିବ | ଏହାକୁ ଆଖି ଆଗରେ ରଖି ପ୍ରକଳ୍ପ ଶେଷ କରିବାକୁ କହିଥିଲେ ଏହି ପ୍ରକଳ୍ପ ଦ୍ୱାରା କିପରି ଜନସାଧାରଣ କିପରି ଉପକୃତ ହେବେ ସେହି ବିଷୟ ନେଇ କନିଷ୍ଠ ଯନ୍ତ୍ରୀ ଯାଦବ କହିଥିଲେ | ଏହି ପରିଦର୍ଶନ ସମୟରେ ପଦ୍ମପୁର ବି ଡି ଓ ଅଗସ୍ତି ପ୍ରଧାନ ଉପସ୍ଥିତ ରହିଥିଲେ |

Comments are closed.