Friday, September 25, 2020
Home Development ରାୟଗଡାରେ ଜାତୀୟ ମହିଳା ଆୟୁକ୍ତ ସଦସ୍ୟା, ମହିଳା ସଶକ୍ତିକରଣ ଯୋଜନାର କଲେ ସମୀକ୍ଷା

ରାୟଗଡାରେ ଜାତୀୟ ମହିଳା ଆୟୁକ୍ତ ସଦସ୍ୟା, ମହିଳା ସଶକ୍ତିକରଣ ଯୋଜନାର କଲେ ସମୀକ୍ଷା

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୯/୦୯): ଜାତୀୟ ମହିଳା ଆୟୁକ୍ତ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ବୁଧବାର ରାୟଗଡା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ମହିଳା ସଶକ୍ତିକରଣ ଯୋଜନା ଏବଂ ତାର କାର୍ଯ୍ୟକାରୀ ସମ୍ବନ୍ଧୀୟ ସମୀକ୍ଷା ପରେ ମହିଳାଙ୍କ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ସନ୍ତୋଷଜନକ ବୋଲି କହିଛନ୍ତି ।

ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ସଭାକକ୍ଷଠାରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଜାତୀୟ ମହିଳା ଆୟୁକ୍ତ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଯୋଗଦେଇ ରାୟଗଡା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହିଳା କଲ୍ୟଣକାରୀ ଯୋଜନ ସମ୍ପର୍କିତ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଉତ୍ତମ ଶିକ୍ଷା ଦେବା ସହ ବିଭିନ୍ନ ଖେଳ ପ୍ରତି ଆକୃଷ୍ଟ କରାଯାଉ, ଯାହାଦ୍ୱାରା ଛାତ୍ରୀମାନେ ରାଜ୍ୟ ତଥା ଜାତୀୟସ୍ତରରେ ଖେଳି ଜିଲ୍ଲା ପ୍ରତି ଗୌରବ ଆଣିପାରିବେ ବୋଲି ସେ କହିଥିଲେ । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଡଃ ଶ୍ରବଣା ବିବେକ ଏମ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ରାୟଗଡା ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୁଣପୁର ଉପ-ଜିଲ୍ଲାପାଳ ବି.ଏସ.ବଳିରାମ ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲାରେ ନିର୍ଯାତିତା ମହିଳା ମାନଙ୍କ ପାଇଁ କାମ କରୁଥିବା ବିଭିନ୍ନ ସଂସ୍ଥା ଏବଂ ଆଶ୍ରମ, ସେବାଶ୍ରମ ବିଦ୍ୟାଳୟ ଗୁଡିକରେ ରହି ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କ ସଂପର୍କରେ ବିଭାଗୀୟ ଅଧିକାରୀ ମାନେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଜିଲ୍ଲାର ସ୍ଥିତି ସଂପର୍କରେ ବୁଝାଇଥିଲେ । ରାଷ୍ଟ୍ରିୟ ମହିଳା ଆୟୋଗର ସଦସ୍ୟା ଚନ୍ଦ୍ରମୁଖ ଦେବୀ ଜିଲ୍ଲାରେ ଥିବା ବିଭିନ୍ନ ଆଶ୍ରମ, ସେବାଶ୍ରମ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କି କି ପ୍ରକାର ସୁବଧା ପ୍ରଦାନ କରାଯାଉଛି ସେ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ମହିଳାଙ୍କୁ ନ୍ୟାୟ ଏବଂ ସଶକ୍ତିକରଣ କ୍ଷେତ୍ରରେ ଜିଲ୍ଲାର କାର୍ଯ୍ୟ ସନ୍ତୋଷଜନକ ବୋଲି ଚନ୍ଦ୍ରମୁଖୀ ଦେବୀ କହିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: