ଅଷ୍ଟମୀ ପୂଜା : କୁନି ପ୍ରବଚକଙ୍କ ପ୍ରବଚନ ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ

0
149
ଅଷ୍ଟମୀ ପୂଜା

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୦୪/୧୦) : ରାୟଗଡ଼ା ଜିଲ୍ଲା ଗୁଡ଼ାରି ଟାଉନ ଦୁର୍ଗା ପୂଜା ମଣ୍ଡପ ରେ ଲୋକଙ୍କ ଭିଡ଼ ଜମୁଛି । ଅଷ୍ଟମୀ ପୂଜା ରେ ମାଁ ଙ୍କ ଆଶୀର୍ବାଦ ନେବା ସହ ଓଡ଼ିଶାର ଘରେ ଘରେ ପରିଚିତ କୁନି ପ୍ରବଚକ ଶ୍ରୀମାନ କେଶବ ଙ୍କ ପ୍ରବଚନ ଶୁଣିବାକୁ ଭକ୍ତ ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।WhatsApp Image 2022 10 05 at 11.59.47 AM ଅଷ୍ଟମୀ ପୂଜା : କୁନି ପ୍ରବଚକଙ୍କ ପ୍ରବଚନ ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ

ମାଁ ଦୁର୍ଗା ଙ୍କ ଅଷ୍ଟମୀ ପୂଜା ରେ କୁନି ପ୍ରବଚକଙ୍କ ପ୍ରବଚନ ଭକ୍ତ ଙ୍କୁ ଆକର୍ଷଣ କରିଛି । ମଣ୍ଡପ ନିକଟରେ ବିଭିନ୍ନ ରକମ ର ଖାଇବା ଷ୍ଟଲ ଓ ଖେଳଣା ଦୋକାନ ରେ ଗ୍ରାହକ ମାନଙ୍କ ଭିଡ଼ ଜମୁଛି । ପାଗ ଅନୁକୂଳ ଥିବା ହେତୁ ପୂଜା ମଣ୍ଡପ ନିକଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଏଥି ସହ ଗୁଡ଼ାରୀ ଟାଉନ ପୂଜା କମିଟି ସଭାପତି ଯୁବ ନେତା ସନ୍ତୋଷ ମହାନ୍ତି ଭକ୍ତ ଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବାର କହିଛନ୍ତି l