Related Contents

ରାମନାଗୁଡା ପଞ୍ଚାୟତ ସମିତି ବୈଠକ, ପାନୀୟଜଳ, ଶିକ୍ଷା, ବିଜୁଳି ଓ ଶିଶୁ ବିକାଶ ଉପରେ ଗୁରୁତ୍ୱ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୯/୦୯): ରାୟଗଡ଼ା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲାକା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭୀରିକା, ବିଡିଓ ସୁଧାକର ରଇତ, ଜିଲ୍ଲା ପରିଷଦ ସଭ୍ୟା ଶାରଦା ସେନାପତି, ସହକାରୀ ଯନ୍ତ୍ରୀ ଦୃର୍ଯ୍ୟଧନ ଜାନି, ପାନୀୟ ଜଳ ବିଭାଗ ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବେହେରା ,ଭାରପ୍ରାପ୍ତ ଜିପିଇଓ ପ୍ରଭାତ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ ।

ବୈଠକରେ ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ସେହିପରି ବିଧାୟକ ନିଜ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଶୃଙ୍ଖଳାରେ ସହ ବୈଠକ ଶେଷ କରାଯିବାକୁ ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ଜିପିଇଓ ଶ୍ରୀ ଶତପଥୀ ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା । ପୂର୍ବ ବୈଠକରେ ନିଷ୍ପତ୍ତି ମୁତାବକ ବୈଠକ ପ୍ରାରମ୍ଭରୁ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଜିପିଇଓ ପ୍ରଭାତ ଶତପଥୀ ଚଳିତବର୍ଷର ପୂର୍ବ ବୈଠକର ବିବରଣୀ ପାଠ କରିବା ସହ କାର୍ଯ୍ୟ ଖସଡ଼ା କରିବା ପାଇଁ କହିଥିଲେ । ବିଧାୟକ ଶ୍ରୀ ଗମାଙ୍ଗ ନିଜ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଯୋଜନା କିପରି ସଫଳ ରୂପାୟନ ହୋଇପାରିବ ସେଥିପ୍ରତି ଗୁରୁତ୍ବାରୋପ କରିଥିଲେ । ସେହିପରି ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ନିଜ ଅଭିଭାଷଣରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିପରି ସଫଳ ରୂପାୟନ ହୋଇପାରିବ ଯଦି କିଛି ସମସ୍ୟା ଉପୁଜିଥାଏ ତୁରନ୍ତ ଏହାର ସମାଧାନ କରିବା ଦିଗରେ ଗୁରୁତ୍ବାରୋପ କରିଥିଲେ । ଏହି ବୈଠକରେ ବିଶେଷ କରି ପାନୀୟଜଳ ପ୍ରତି ଗୁରୁତ୍ବ ଦିଆଯାଇଥିଲା । ପାନୀୟଜଳ ସମସ୍ୟା ଏହି ବ୍ଳକରେ ଏକ ଚିର ସହଚର ହୋଇ ରହିଥିବା ସମିତି ବୈଠକରେ ପଞ୍ଚାୟତରାଜ ପ୍ରତିନିଧିମାନେ ଉପସ୍ଥାପନା କରିଥିଲେ ।ସେହିପରି ଉକୁମ୍ବା ସରପଞ୍ଚ ବନମାଳୀ ଗମାଙ୍ଗ ନଳକୂପ ମରାମତି କରିବା ଓ ଅଧିକାଂଶ ସ୍ଥାନରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ସହ ଅଧିକାଂଶ ନଳକୂପ ଚାରିପାଖରେ ପ୍ଳାଟଫ୍ଳମ ନଥିବା କାରଣରୁ ଦୂଷିତ ଜଳ ପିଉଥିବା ସହ ତୁରନ୍ତ ଏହାର ମରାମତି ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ସେହିପରି ରାମନାଗୁଡା ବ୍ଳକ ଟିକରପଡା ଆଶ୍ରମ ବିଦ୍ୟାଳୟ ର ୪୫୦ ବିଦ୍ୟାଥି ପାଠପଢୁଥିବା ବେଳେ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବା ଓ ଶ୍ରେଣୀଗୃହ ହଷ୍ଟେଲ ନଥିବାରୁ ବାରଣ୍ଡାରେ ସହ ଶେଣୀଗୃହରେ ଅନ୍ତେବାସୀ ରହି ପାଠପଢୁଥିବା ପ୍ରକାଶ କରିଥିଲେ । ଶିକ୍ଷକମାନେ ବିଦ୍ୟାଳୟ କୁ ଠିକ୍ ସମୟରେ ନ ପହଞ୍ଚିବା ସହ ବିଦ୍ୟାଳୟ ଛୁଟି ହେବା ପୂର୍ବରୁ ଚାଲିଯାଉଥିବା ନେଇ ଉଦଵେଗ ପ୍ରକାଶ ପାଇଥିଲା ।ସେହିପରି ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି ଓ ବିଡ଼ିଓ ସୁଧାକର ରଇତ ମଧ୍ୟାହ୍ନ ଭୋଜନ ଯୋଜନାରେ ନିୟମ ଅନୁଯାୟୀ ଖାଦ୍ୟ ପରିବେଷଣ କରାଯାଉନଥିବା ଉଦବେଗ ପ୍ରକାଶ କରିଥିଲେ । ଏଥି ନେଇ ବିଧାୟକ ରଘୁନାଥ ଗମାଙ୍ଗ ଏହାକୁ ସୁଚାରୁରୂପେ ତୁଲାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସେହିପରି ରାମନାଗୁଡା ଆର୍ଦଶ ବିଦ୍ୟାଳୟ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇ ନପାରିବାରୁ ବ୍ଳକର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀ ଵହୁ ହଇରାଣ ହେଉଥିବା ପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ସେହିପରି ଶିଶୁ ବିକାଶ ଉପରେ ଗୁରୁତ୍ୱ ଦିଆଯିବା ସହ ଅଙ୍ଗନଓ୍ବଡି କେନ୍ଦ୍ର ଗୁଡିକ ମରାମତି ଅଭାବରୁ ଖାଦ୍ୟ ଓ ରୋଷେଇ କାର୍ଯ୍ୟ ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ କୋମଳମତି ଶିଶୁ ମାନଙ୍କ ଶିକ୍ଷାଦାନରେ ବାଧା ଉପୁଜିଥିବା ସହ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ପାଇଖାନା ନିର୍ମାଣ ହେଊନଥିବା ପଞ୍ଚାୟତ ପ୍ରତିନିଧି ମାନେ କହିଥିଲେ । ସରକାରଙ୍କ କୃଷି ବିଭାଗର ଅନେକ ଯୋଜନାରୁ ଲୋକେ ବାଦ୍ ପଡିବା ସହ ଆଗୁଆ ରୋଗ ପୋକ ଦାଉରୁ ରକ୍ଷା ପାଇବା ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିବା ଫସଲ ବୀମା ଯୋଜନା ରେ ଅନେକ ଚାଷୀ ବଞ୍ଚିତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ । ସେହିଭଳି କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ପ୍ରତ୍ୟେକ ଗାଁ କୁ ବିଦ୍ୟୁ୍ତ୍ ସଂଯୋଗ କରିବା ପାଇଁ ନିର୍ଦ୍ଧେଶ ରହିଥିବା ବେଳେ ଉକୁମ୍ବା ପଞ୍ଚାୟତର ବିଭିନ୍ନ ଗାଁ ସହ ଅନ୍ୟ ଗାଁକୁ ବିଜୁଳି ପହଞ୍ଚି ପାରିନଥିବା ନେଇ ସରପଞ୍ଚ ବନମାଳୀ ଗମାଙ୍ଗ ଅଭିଯୋଗ କରିଛନ୍ତି । ତୁରନ୍ତ ଗ୍ରାମ ଗୁଡ଼ିକ ବିଦ୍ୟୁ୍ତ୍ ସଂଯୋଗ ପାଇଁ ସରପଞ୍ଚ ମାନେ ବୈଠକରେ ଦାବି କରିଥିଲେ । ଏହି ପଞ୍ଚାୟତ ସମିତି ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ମାନଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ପଞ୍ଚାୟତ ସମିତି ବୈଠକ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିଲା ସୂଚନା ଯୋଗ୍ୟ ଯେ ଗତ ସମିତି ବୈଠକରେ ପ୍ରବଳ ହଟ୍ଟଗୋଳ ସହ ଠେଲାପେଲା ସହ ଏନେଇ ବିଡ଼ିଓ ଉକ୍ତ ଘଟଣାକୁ ଥାନାରେ ଅଭିଯୋଗ କରିଥିଲେ । ଅନୁରୂପ ଭାବେ ସରପଞ୍ଚ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ସେହିପରି ବିଧାନସଭା ଚାଲୁଥିବା ହେତୁ ସମିତି ବୈଠକ ହୋଇପାରିନଥିଲା ।

Comments are closed.