Related Contents

ଜାମସେଠରେ ସବୁଜ ବନନୀ କାର୍ଯ୍ୟକ୍ରମ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୮/୦୯): ଆଜି ପାଇକମାଲ ବ୍କକ ଜାମସେଠ ହାଇସ୍କୁଲ ପରିସରରେ ଜାମସେଠ ବିଜୁ ବାହିନୀ ପକ୍ଷରୁ ପାଇକମାଳ ବିଡିଓ ଶ୍ରୀ ସଦାଶିବ ନାୟକ, ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରମ୍ଭା ତାଣ୍ଡି, ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳ ବେହେରା, ସମ୍ପାଦକ ରତ୍ନାକର ମାଝୀ ଉପସ୍ଥିତ ଥାଇ ବୃକ୍ଷ ରୋପଣ କରିଥିଲେ |

ବିଜୁ ଯୁବ ବାହିନୀ ସଭାପତି ଶ୍ରୀ ମଦନ ଭୋଇ ସଭା ପରିଚାଳନା କରିଥିଲେ | ଏଥିରେ ହାଇସ୍କୁଲ ସମସ୍ତ ଛାତ୍ରଛାତ୍ରୀ ସମେତ ଶିକ୍ଷକ,ବିଜୁ ବାହିନୀର ସଦସ୍ୟ ମାନେ ଅଂଶଗ୍ରହଣ କରିଥିବା ବେଳେ ଜାମସେଠ ଯୁବ ସମାଜସେବୀ ଶ୍ରୀ ଶରତ ତାଣ୍ଡି, ଶ୍ରୀ କୌଲାସ ହଂସ,ଶ୍ରୀ ଭକ୍ତ ବନ୍ଧୁ ବାଗ ପ୍ରମୁଖ ସହଯୋଗ କରିଥିଲେ | ଶେଷରେ ଶ୍ରୀ ନରୋତ୍ତମ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.