ସୁବାସ ଚୌହାନ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ବିଜେପୁର କାହା ହାତରେ? ଡ଼. ପ୍ରଭାସ ସିଂହ ନା ରିତା ସାହୁ

ରିପୋର୍ଟ: ଡିଳେଶ୍ୱର ବାଗ
ଭୁବନେଶ୍ୱର(୧୮/୦୯): ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିବା ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ଶ୍ରୀ ଚୌହାନ ବିଜେଡିରେ ମିଶିବା ସହ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିଲେ।

ଆଗକୁ ବିଜେପୁର ଉପନିର୍ବାଚନ ଥିବାରୁ ଶ୍ରୀ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଚୌହାନ ବିଜେପୁର ଆସନରୁ ଲଢ଼ିବା ପାଇଁ ଆଗ୍ରହୀ ଥିବାବେଳେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇ ବିଜେପୁରରେ ରୀତା ସାହୁଙ୍କୁ ବିଜେଡି ନିଜର ପ୍ରାର୍ଥୀ କରିବା ଜଣାପଡିଛି | ହେଲେ ଗତ କିଛି ଦିନ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀର ପ୍ରାୟତଃ ବ୍ଳକରୁ ରିତା ସାହୁଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରାଯାଇ ଧାରଣା ମଧ୍ୟ ଦିଆଯାଇଥିଲା | ଯଦି ଏତାଦୃଶ ଧାରଣା ଓ ବିରୋଧକୁ ଆଖିଆଗରେ ରହି ବିଜେଡି ନିଜର ପ୍ରାର୍ଥୀତ୍ବ ଚୟନ କରେ ତାହେଲେ ରିତା ସାହୁଙ୍କ ଆଶା କ୍ଷୀଣ ଦେଖାଯାଉଛି | ତେବେ ଏ ଅଂଚଳର ବିକାଶକୁ ଦେଖିଲେ ପୂର୍ବତନ ସାଂସଦ ଡ଼. ପ୍ରଭାସ କୁମାର ସିଂହଙ୍କ ନାମ ଚର୍ଚ୍ଚାରେ ଆସୁଛି |ସେ ସାଂସଦ ଥିବା ସମୟରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ କାରଣ ସେ ନିଜେ ସେହି ନିର୍ବାଚନ ମଣ୍ଡଳୀର ଭୋଟର | ଯଦି ବିଜେଡି ବିଜେପୁରର ବିକାଶ କଥା ଚିନ୍ତା କରେ ତାହେଲେ ଡ଼. ପ୍ରଭାସ ସିଂହଙ୍କ ପ୍ରାର୍ଥୀତ୍ବ ନିଶ୍ଚିତ ବୋଲି ଜଣାପଡୁଛି | ସୂଚନାଯୋଗ୍ୟ, କିଶୋର ମହାନ୍ତି ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।

Comments are closed.