Thursday, March 28, 2024

Top 5 This Week

Related Posts

ଅଟୋକୁ ଧକ୍କା ଦେଲା ଟ୍ରକ୍ : ଜଣେ ମହିଳା ମୃତ, ୮ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭବାନୀପାଟଣା, (୦୫/୧୦) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଡଙ୍ଗରଗଡ଼ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ଏକ ଟ୍ରକ୍ ପଛରୁ ଧକ୍କା ଦେବାଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣଙ୍କର ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ହେଲେ ସୁଭଦ୍ରା ବିଶ୍ୱାଳ । ଆହତ ମାନଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତି କରାଯାଇଛି ।

ଗତକାଲି ଗୁଣ୍ଡୁରୀ ଗ୍ରାମରୁ କିଛି ଲୋକ ଅଟୋରେ ଦଣ୍ଡନୃତ୍ୟ ଦେଖିବାକୁ ଦେପୁରକୁ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ଦଣ୍ଡନୃତ୍ୟ ଦେଖି ଘରୁ ଫେରୁଥିବା ସମୟରେ ଡଙ୍ଗର ଗଡ଼ ରାସ୍ତାରେ ଏକ ଟ୍ରକ୍ ଆସି ଅଟୋକୁ ଧକ୍କା ଦେଇଥିଲା । ପରେ ଅଟୋଟି ରାସ୍ତାକୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ସମେତ ୮ ଜଣ ଗୁରୁତର ଆହତ ହୋଇଥିଲେ । ପୁଲିସ ପହଞ୍ଚି ସମସ୍ତଙ୍କ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।

Popular Articles