ପାଳିତ ହେଲା ମାଁ ଘଣ୍ଟାଶୁଣି ଙ୍କ ଯାତ୍ରା : ବିପୁଳ ଭକ୍ତ ଙ୍କ ସମାଗମ

0
316
ପାଳିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ ଟିଟିଲାଗଡ, ତା (୦୪-୧୦) : ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣି ଙ୍କ ଦଶହରା ଯାତ୍ରା ପାଳିତ ଏଥିରେ ବିପୁଳ ଭକ୍ତ ଙ୍କ ସମାଗମ ହୋଇ ପାରିଛି ।WhatsApp Image 2022 10 04 at 10.18.59 PM ପାଳିତ ହେଲା ମାଁ ଘଣ୍ଟାଶୁଣି ଙ୍କ ଯାତ୍ରା : ବିପୁଳ ଭକ୍ତ ଙ୍କ ସମାଗମ

ପାଳିତ ହେଲା ମାଁ ଘଣ୍ଟାଶୁଣି ଙ୍କ ଯାତ୍ରା । ଚଳିତ ବର୍ଷ ବଡ଼ ଆନନ୍ଦ, ଉଲ୍ଲାସ ଓ ଶାନ୍ତି ର ସହିତ ମାଁ ଘଣ୍ଟାଶୁଣି ଙ୍କ ଯାତ୍ରା ରେ ସ୍ଥାନୀୟ ଘଣ୍ଟାଶୁଣି ମନ୍ଦିର ରୁ ବିପୁଳ ଭକ୍ତ ଙ୍କ ସହ ଭକ୍ତ ମାନେ ବାଦ୍ୟ, ନୁତ୍ୟ ସହ ମାଁ ଙ୍କ ମନ୍ଦିର ରୁ ଚାଲି, ଚାଲି ସହର ପରିକ୍ରମା କରିଥିଲେ । କରୁଣା ମଇ ଜଗଜ୍ଜନନୀ ମାଁ ଘଣ୍ଟାଶୁଣି ଭକ୍ତ ଙ୍କ ଦୁଃଖ ବୁଝିବା ପାଇଁ ବର୍ଷକୁ ଥରେ ରାଜରାସ୍ତାକୁ ଆସି ଦର୍ଶନ ଦେଇ ସମସ୍ତ ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି l ଏହି ବିଶ୍ୱାସ ହିଁ ଭକ୍ତ ମାନଙ୍କୁ ବହୁ ଆକର୍ଷିତ କରିଥାଏ l

ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା । ବୀର ବାଦ୍ୟ ଘୁମୁରା, ଘଣ୍ଟ ଶଙ୍ଖ ନାଦ ଓ ମହୁରୀ ବିଭିନ୍ନ ବାଦ୍ୟ ର ତାଳେ, ତାଳେ ରାଜରାସ୍ତା ପ୍ରକମ୍ପିତ ହୋଇଥିଲା l ପ୍ରକାଶ ଯେ, ମାନସିକ ପୂରଣ ହୋଇଥିବା ଭକ୍ତ ମାନେ ଛେଳି ବୋଦା, କୁକୁଡ଼ା, ପାରା ମାଁ ଙ୍କୁ ଉଚ୍ଛର୍ଗ ବା ବଳି ଦେଇଥିଲେ । ସହ,ସହ ସଂଖ୍ୟା ରେ ଛେଳି, କୁକୁଡ଼ା ଆଦି ପଶୁ, ପକ୍ଷୀ ଙ୍କୁ ଉକ୍ତ ମନ୍ଦିର ପରିସର ରେ ବଳି ଦିଆଯାଇଥିଲା ।

ଚଳିତ ବର୍ଷ ବିପୁଳ ପରିମାଣ ରେ ଏ ବଳି ପ୍ରଥା ଅନୁଯାୟୀ ଜୀବ ହତ୍ୟା କରିବା ନେଇ ସ୍ଥାନୀୟ ଜିବେଦୟା ଅନୁଷ୍ଠାନ ଘୋର ନିନ୍ଦା କରିଛି । ଏ ପ୍ରଥା ବନ୍ଦ ନେଇ ଉକ୍ତ ଜୀବେଦୟା ଅନୁଷ୍ଠାନ ତରଫରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଏ ପୂଜା ଅବସର ରେ ସହର ର ବିଭିନ୍ନ ସ୍ଥାନର ପୂଜା ମଣ୍ଡପ ଗୁଡିକ ରେ ଏକ ମୁନ୍ମୟୀ ଆକର୍ଷଣୀୟ ବେଶ ରେ ପୂଜା ସହ ଚଣ୍ଡୀ ପାଠ କରାଯାଉଛି ।