କୋଦଳା ସବ୍ ଜେଲରେ କଏଦୀଙ୍କ ମୃତ

ଗଞ୍ଜାମ(ଓଡିଶା ନ୍ୟୁଜ୨୪): ଗଞ୍ଜାମ ଜିଲ୍ଲା କୋଦଳା ସବ୍ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି | କଏଦୀ ଜଣଙ୍କ ହେଲେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିରିଡା ଗ୍ରାମର ପଙ୍କଜ ଦାସ(୪୨) | ସେ ଏକ ଚୋରୀ କେସ୍ ଅଭିଯୋଗରେ ଗତ ୪/୯/୧୯ ତାରିଖରେ କୋଦଳା ସବ୍ ଜେଲକୁ ଆସିଥିଲେ |

ଜେଲରଙ୍କ କହିବା ମୁତାବକ ଗତକାଲି ବିଶ୍ୱକର୍ମା ବା କନ୍ୟା ସଂକ୍ରାନ୍ତି ଥିବାରୁ ସେ ପୂଜାପୂଜି ସାରି ୱାର୍ଡ ମଧ୍ୟରେ ଶୋଇ ପଡ଼ିଥିଲେ | ସକାଳୁ ଲକପ୍ ଗେଟ୍ ଖୋଲିଲା ବେଳକୁ କଏଦୀ ପଙ୍କଜଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଜେଲର ସୂଚନା ଦେଇଛନ୍ତି | ପ୍ରଥମେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ସେଠାରୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି | ପ୍ରଶ୍ନ ଉଠୁଛି ଯେ କଏଦୀ ପଙ୍କଜ ଜେଲକୁ ଆସିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଜେଲ ମଧ୍ୟରେ କେବେ ବି ସ୍ବାସ୍ଥ୍ୟ ଖରାପ ହୋଇନାହିଁ ହଠାତ ପଙ୍କଜ କିଭଳି ମୃତ୍ୟୁ ବରଣ କଲା ତାହା ପୁଣି ସନ୍ଦେହ ଘେରରେ |

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ପେଜକୁ ଲାଇକ କରନ୍ତୁ ଓ ସେୟାର କରନ୍ତୁ

Comments are closed.