Friday, March 29, 2024

Top 5 This Week

Related Posts

ଦକ୍ଷିଣ ଆଫ୍ରିକା ବିରୋଧରେ ଆଜି ତୃତୀୟ ଟି-୨୦ ମ୍ୟାଚ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୧୦) : ଦକ୍ଷିଣ ଆଫ୍ରିକା ବିରୋଧରେ ଆଜି ତୃତୀୟ ଟି-୨୦ ମ୍ୟାଚ୍‌ ଖେଳିବ ଭାରତୀୟ ଟିମ୍ । ଏହି ମ୍ୟାଚ୍‌କୁ ଜିତି ସିରିଜକୁ କ୍ଲିନ୍ ସୁଇପ୍‌ କରିବା ଲକ୍ଷ୍ୟ ରଖିଛି ଭାରତୀୟ ଟିମ୍ ।

ହେଲେ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ବଳ ଲଗାଇବ ଭ୍ରମଣକାରୀ ଟିମ୍ । ଯଦି ପାଗ ଠିକ୍ ରୁହେ ତେବେ ଆଜି ସନ୍ଧ୍ୟା ୭ ଟାରେ ଇଣ୍ଡୋର ହୋଲକର ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିରୋଧରେ ଏହି ମ୍ୟାଚ୍ ଖେଳାଯିବ । ଗତ ମ୍ୟାଚ୍‌ ଭଳି ଆଜି ର ମ୍ୟାଚ୍‌ ମଧ୍ୟ ଖୁବ୍ ରୋମାଞ୍ଚକର ହେବ ବୋଲି ଆଶା ରହିଛି ।

ସୂଚନା ଥାଉକି, ୨-୦ ରେ ସିରିଜ୍ ଜିତିସାରିଛ ଭାରତୀୟ ଦଳ । ତଥାପି ଦୁଇ ଦଳ ର ବ୍ୟାଟ୍ସମ୍ୟାନମାନେ ଫର୍ମରେ ଥିବାରୁ ଲଢ଼େଇ ଜୋରଦାର ହେବା ସମ୍ଭାବନା ରହିଛି । ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇ ଆଜିର ମ୍ୟାଚରେ ଷ୍ଟାଣ୍ଡବାୟ ଖେଳାଳି ଶ୍ରେୟସ ଆୟରଙ୍କୁ ସୁଯୋଗ ଦିଆଯାଇପାରେ । ଆୟର ଶେଷଥର ପାଇଁ ଚଳିତ ବର୍ଷ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ମ୍ୟାଚ୍ ଖେଳିଥିଲେ । ସେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଷ୍ଟାଣ୍ଡବାୟ ଖେଳାଳି ଭାବେ ଚୟନ ହୋଇଛନ୍ତି । ତେଣୁ ଯଦି ସୁଯୋଗ ମିଳେ ଆଜି ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ଖୁବ୍ ଗୁରୁତ୍ୱବହନ କରିବ । ଯାହା ତାଙ୍କୁ ଟିମ୍‌ରେ ପ୍ରମୁଖତା ଦେବ ।

ସେହିପରି ଯଶପ୍ରୀତି ବୁମରାଙ୍କ ଆହତ ଜନିତ ସମସ୍ୟାରେ ତାଙ୍କ ଅନୁପସ୍ଥିତିର ଭାର ମହମ୍ମଦ ସିରାଜଙ୍କ ଉପରେ ପଡ଼ିଛି । ତେଣୁ ସିରାଜଙ୍କ ଭଲ ବୋଲିଂ ପ୍ରଦର୍ଶନ ମଧ୍ୟ ଗୁରୁତ୍ୱ ରଖୁଛି । କାରଣ ବୁମରାଙ୍କ ଅନୁପସ୍ଥିତି ଓ ଭାରତୀୟ ଦୁର୍ବଳ ବୋଲିଂକୁ ନେଇ ଭାରତୀୟ କ୍ରିକେଟ ଚୟନ କର୍ତ୍ତା ଚିନ୍ତାରେ ରହିଛନ୍ତି । ସେ ଭଲ ବୋଲିଂ ଦେଖାଇଲେ ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ସାମିଲ ନେଇ ଆଶା ସଞ୍ଚାର ହୋଇପାରେ । ସେପଟେ ଟି-୨୦ ବିଶ୍ୱକପ୍‌ରେ ବୁମରାଙ୍କ ସ୍ଥାନ କିଏ ନେବ ଆଜି ସନ୍ଧ୍ୟାରେ ତାହାର ସୂଚନା ମିଳିପାରେ ବୋଲି ବିସିସିଆଇ ପକ୍ଷରୁ ଜଣାପଡ଼ିଛି ।

Popular Articles