Related Contents

ପୋଖରୀରେ ବୁଡି ବୃଦ୍ଧା ମୃତ

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ(୧୮/୦୯): ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମର ଜଣେ ବୃଦ୍ଧାଙ୍କ ପୋଖରୀରେ ବୁଡି ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି | ସେ ହେଉଛନ୍ତି ଉକ୍ତ ଗ୍ରାମର ଧୋବୁଣି କହଁର(୬୩), ଦିନ ୧୦ଘଣ୍ଟା ସମୟରେ ସେ ନିଜ ଘର ପାଖରେ ଥିବା ଗୋଜରି ବନ୍ଧ ନିକଟକୁ ଗାଧୋଇବାକୁ ଯାଇଥିବା ସମୟରେ ଗୋଡ଼ ଖସିଯାଇଥିଲା |

ଯାହା ଫଳରେ ସେ ବୁଡି ଯାଇଥିଲେ | ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ଏବଂ ସ୍ଥାନୀୟ ଲୋକେ ଗାଧୋଇବା ସମୟରେ ତାଙ୍କ ଶରୀର ଗୋଡ଼ରେ ବାଜିବାରୁ ସ୍ଥାନୀୟ ଲୋକେ ଓ ପରିବାର ମିଶି ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ | ଏହାପରେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ସେତେ ବେଳକୁ ବୃଦ୍ଧାଙ୍କ ପ୍ରାଣବାୟୁ ଚାଲିଯାଇଥିଲା | ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି କେସ ନଂ- ୮/୧୯ ରେ ଏକ ଅପମୃତ ମାମଲା ରୁଜୁ ହୋଇଛି |

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ପେଜକୁ ଲାଇକ କରନ୍ତୁ ଓ ସେୟାର କରନ୍ତୁ

Comments are closed.