Friday, March 29, 2024

Top 5 This Week

Related Posts

ଆଜି ପବିତ୍ର ମହାନବମୀ : ଶ୍ଲୋକ ଓ ଚଣ୍ଡିପାଠରେ କମ୍ପୁଛି ପରିବେଶ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୧୦) : ଆଜି ପବିତ୍ର ମହାନବମୀ । ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ । ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମାଁ ଦୁର୍ଗାଙ୍କର ପୂଜା ।

ଆଜି ପବିତ୍ର ମହାନବମୀ ଉପଲକ୍ଷେ ପୀଠରେ ମାଁ ଙ୍କର ମହାଦଶମୀ ଥିବା ବେଳେ ମଣ୍ଡପରେ ମହାନବମୀ । ଆଜି ବିଭିନ୍ନ ମଣ୍ଡପରେ କନ୍ୟା ପୂଜନ ନୀତି ଅନୁଷ୍ଠିତ ହେଉଛି । କନ୍ୟା ପୂଜନରେ ମାଁ ଙ୍କୁ ପ୍ରସନ୍ନ କରିବାକୁ ୯ ଜଣ କୁନି ଝିଅକୁ ପୂଜା କରାଯାଇଥାଏ । ଏହା ସହିତ ଘରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ ।

ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ବ୍ରହ୍ମପୁର ସମେତ ରାଜ୍ୟ ର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜାକୁ ଉଲ୍ଲାସ ର ସହ ପାଳନ କରାଯାଉଛି । ଦଶହରା ପାଇଁ କଟକ ର ଅଧିକାଂଶ ପୂଜା ମଣ୍ଡପରେ ଆକର୍ଷଣ ସାଜିଛି ସୁନା ଚାନ୍ଦି ମେଢ଼ । ତା’ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ମଣ୍ଡପ । ମାଁ ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ଆଖି ଝଲସା ତୋରଣ ଦେଖିବାକୁ ଭିଡ଼ ଜମୁଛି ।

Popular Articles