ଗଛ ଉଦ୍ଧାର କରି ତଦନ୍ତ କରୁଥିବା ବେଳେ ବନ କର୍ମଚାରୀ ଙ୍କୁ ଆକ୍ରମଣ

0
148
ଗଛ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୩/୧୦) : କଟା ଯାଇଥିବା ଗଛ କେନାଲ ଭିତରୁ ଉଦ୍ଧାର କରି ଫରେଷ୍ଟ କର୍ମଚାରୀ ତଦନ୍ତ କରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକାର ହୋଇ ଫରେଷ୍ଟର ଗୁରୁତର ହୋଇଥିବା ଅନ୍ୟ କର୍ମଚାରୀ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ବିନିକା ବ୍ଲକ ଅନ୍ତର୍ଗତ ମେଘଲା ସହାଜବାହାଲ କେନାଲ ଭିତରୁ ୮ ଖଣ୍ଡ ଶାଗୁଆନ ଗଛ କଟା ଯାଇ ପଡ଼ିଥିବା ଖବର ପାଇ କୌଡିଆମୁଣ୍ଡା ଫରେଷ୍ଟର ମିତ୍ରଭାନୁ ସିଂ ଦଳପତି ଙ୍କ ନେତୃତ୍ୱରେ ସ୍କ୍ୱାର୍ଡ଼ ଅଚାନକ ଚଢ଼ାଉ କରି ଗଛ ଜବତ କରିଥିଲେ । ପରେ ସାହଜବାହଲ୍ ଗ୍ରାମ ର ଖାତି ପଡ଼ାକୁ ଯାଇ ଟିକିନିଖି ତଦନ୍ତ କରୁଥିବା ବେଳେ ଏହି ସମୟରେ କେତେକ ଦୁର୍ବୃତ୍ତ ଆସି ଫରେଷ୍ଟ କର୍ମଚାରୀ ଙ୍କୁ ଅତର୍କିତ ଆକ୍ରମଣ କରି ଚାଲି ଫେରାର ହୋଇଥିଲେ । ଫଳରେ ଫରେଷ୍ଟର ମିତ୍ରଭାନୁ ଗୁରୁତର ହୋଇ ଥିବା ବେଳେ ଅନ୍ୟ କର୍ମଚାରୀ ମାନେ ଆହତ ହୋଇଛନ୍ତି । ଜବତ ଶାଗୁଆନ ଗଛ ବାଞ୍ଜିପାଲି ବିଟରେ ରଖାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ ଫରେଷ୍ଟ କର୍ମଚାରୀ ବୃନ୍ଦାବନ ସା, ସୁନନ୍ଦ ଭୁଏ, ସମ୍ପଦ ଲବଣୀ, ସୁରେନ୍ଦ୍ର ସାହୁ ପ୍ରମୁଖ କର୍ମଚାରୀ ସ୍ଥାନୀୟ ବିନିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଫରେଷ୍ଟର ମିତ୍ରଭାନୁ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ନେଇ ବିନିକା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି ।