Related Contents

ଅଂଗନବାଡି କେନ୍ଦ୍ରରେ ମାସେ ହେଲା ତାଲା ଝୁଲୁଛି, ପ୍ରଶାସନ ନିରବ

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୧୮/୦୯): ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚଂଗରିଆ (ଗସ୍ତିଡିହି)ଅଂଗନବାଡି କେନ୍ଦ୍ରରେ ଦୀର୍ଘ ୧ମାସରୁ ଅଧିକ ହେବ ତାଳା ପଡିଛି । ଗ୍ରାମବାସୀମାନେ ଏକତ୍ରୀତ ହୋଇ କେନ୍ଦ୍ରରେ ତାଲା ଦେଇଛନ୍ତି ।

କେନ୍ଦ୍ରରେ କେତେକ ଅନିୟମିତତା ଦେଖାଯାଇଥିଲା , ବିଭାଗୀୟ ଅଧିକାରୀଂକ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ନ ଥିବାରୁ ବାଧ୍ୟହୋଇ ଗ୍ରାମବାସୀ ତାଲା ଦେଇ ବନ୍ଦ କରିଥିବା କହିଛନ୍ତି | ୧ମାସ ହେବ ଶିଶୁ ଖାଦ୍ୟ,ମମତା ଯୋଜନା ଓ ଅନ୍ୟାନ କାମ ଠପ୍ ହୋଇ ରହିଛି । ଅଂଗନବାଡି କେନ୍ଦ୍ରକୁ ସରକାର ପ୍ରାକ୍ ବିଦ୍ୟାଳୟ ଭାବରେ କହୁଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି ନୀରବ ରହିବା , ଅତ୍ୟନ୍ତ କ୍ଷୌଭର ବିଷୟ ବୋଲି ଚର୍ଚ୍ଚା ହେଉଛି ।

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ପେଜକୁ ଲାଇକ କରନ୍ତୁ ଓ ସେୟାର କରନ୍ତୁ

Comments are closed.