Related Contents

ଚିକିତ୍ସାରେ ବାଧକ ସାଜିଛି ଅର୍ଥ, ୧୨ ବର୍ଷ ଝିଅର ଜୀବନ ନଷ୍ଟ ସମ୍ଭାବନା

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୧୮/୦୯): ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚର୍ଦାପାଲି ଗ୍ରା.ପ. ଲହଣ୍ଡିପୁର ଗ୍ରାମର ଗରିବ ମେଧାବୀ ଛାତ୍ରୀ ଗୁରୁବାରୀ କେସରାଲ । ଗାଁ ବିଦ୍ୟାଳୟରେ ୫ମ ଶ୍ରେଣୀ ପାଠ ପଢିସାରିଲା ପରେ ଉଚ୍ଚ ଶିକ୍ଷା କରିବା ପାଇଁ ନିକଟସ୍ଥ ଲଖମରା ବିଦ୍ୟାଳୟକୁ ଯାଇଥିଲେ , କିନ୍ତୁ ନାମଲେଖା ହୋଇପାରି ନ ଥିଲା ।

କାରଣ ତାର ମୁହଁରେ ଅସ୍ବାଭାବିକ ମାଂସ ବୃଦ୍ଧି। ମାଂସ ବୃଦ୍ଧି ଯୋଗୁଁ ତାର ଆଖି ଓ ମୁହଁ ବନ୍ଦ ହେବାକୁ ଯାଉଛି । ବାଳ ସ୍ବାସ୍ଥ୍ୟ ଯୋଜନାରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଠିକ୍ ସମୟରେ ବାତ୍ୟାର କରାଳରୂପ କଟକ ବଡ ମେଡିକାଲ ଯିବାରାସ୍ତାରେ ବାଧକ ସାଜିଲା । ଘରକୁ ଫେରି ଆସିଲା । ତାର ପରିବାରବର୍ଗ ଆର୍ଥିକ ଅନାଟନରେ ଗତି କରୁଛନ୍ତି । ଚିକିତ୍ସା କରା ନ ଗଲେ ମାତ୍ର ୧୨ ବର୍ଷ ଝିଅର ଜୀବନ ନଷ୍ଟ ହୋଇଯିବ । ଆର୍ଥିକ ଅଭାବ ଚିକିତ୍ସା ପାଇଁ ହୋଇପାରୁନାହିଁ । ପ୍ରଶାସନ ଦୃଷ୍ଟି ଦେଲେ ମେଧାବୀ ଛାତ୍ରୀ ପାଠ ପଢିବା ସହ ଜୀବନ ବଂଚାଇ ପାରିବ ।

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ପେଜକୁ ଲାଇକ କରନ୍ତୁ ଓ ସେୟାର କରନ୍ତୁ

Comments are closed.