Related Contents

ଫେସବୁକରେ ଯୁବତୀଙ୍କୁ ପ୍ରତାରଣା କରି କାଉନସିଲିଂ ପରେ ପତ୍ନୀ ଭାବେ ଗ୍ରହଣ କଲେ ଯୁବକ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ(୧୮/୦୯/୨୦୧୯): ଫେସବୁକ୍ ସୋସିଆଲ ମିଡିଆର ଏକ ଲୋକପ୍ରିୟ ଆପ୍ । ଏହା ଦ୍ୱାରା ବହୁ ଅଜଣା ବ୍ୟକ୍ତିମାନଙ୍କ ସହ ବନ୍ଧୁତ୍ୱ ହୋଇଯାଇଥାଏ । ଏହି ଫେସବୁକ ମାଧ୍ୟମରେ ବନ୍ଧୁତ୍ୱ ଓ ପରେ ପ୍ରେମ ଓ ତା’ପରେ ପ୍ରତାରଣା ଭଳି ବହୁ ଘଟଣା ଦେଖିବାକୁ ମିଳିଛି ।

ତେବେ ଜଣେ ବିବାହିତ ଯୁବକ ଫେସବୁକରେ ଜଣେ କଲେଜ ଛାତ୍ରୀଙ୍କୁ ପ୍ରେମରେ ଫସାଇ ତା’ସହିତ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବାକୁ ଚେଷ୍ଠା କରିଥିବା ବେଳେ ଛାତ୍ରୀ ଜଣକ ନ୍ୟାୟ ପାଇବା ପାଇଁ ପ୍ରେମିକ ଘରେ ଯାଇ ହଟହଟ୍ଟା କରିବାରୁ ପ୍ରେମିକର ଦ୍ୱିତୀୟ ସ୍ତ୍ରୀ ଏ ନେଇ ରାୟଗଡ ଥାନାରେ ଅଭିଯୋଗ କରିଥିବା ବେଳେ, ସମସ୍ୟାର ସମାଧାନ ପାଇଁ ଏପରି ନିର୍ଯ୍ୟାତିତ ଯୁବତୀମାନଙ୍କୁ ନ୍ୟାୟ ଦେବା ପାଇଁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ଭାବେ ଖୋଲା ଯାଇଥିବା ସଖୀ ୱାନ ଷ୍ଟପ ସେଣ୍ଟରର କାର୍ଯ୍ୟାଳୟରେ କାଉନସେଲିଂ ପରେ ଓକିଲଙ୍କ ଉପସ୍ଥିତିରେ ବିବାହିତ ଯୁବକ ଜଣକ ଛାତ୍ରୀଙ୍କୁ ପତ୍ନୀ ଭାବେ ଗ୍ରହଣ କରିବା ପାଇଁ ସହମତି ପ୍ରକାଶ କରି ନିଜ ସାଥିରେ ତାଙ୍କୁ ଘରକୁ ନେଇଥିବା କେନ୍ଦ୍ର ପକ୍ଷରୁ ସୂଚନା ମିିଳିଛି ।

ଏ ନେଇ ମିଳିଥିବା ସୂଚନା ପ୍ରକାରେ କୋରାପୁଟ ଜିଲ୍ଳା ନନ୍ଦପୁର ବ୍ଳକ ଅନ୍ତର୍ଗତ ପାଡୁଆ ଗ୍ରାମର କୃଷ୍ଣ ମହାରଣା(୨୮) ନାମକ ଯୁବକ ଗତ ୨୦୦୭ ମସିହାରେ ପାଡୁଆ ଗ୍ରାମର ଜଣେ ଝିଅଙ୍କ ସହ ପ୍ରେମ ସଂପର୍କ ରଖି ତାଙ୍କ ସହ ପ୍ରଥମ ବିବାହ କରିଥିଲେ । ତେବେ ବିବାହର ୪ବର୍ଷ ଅର୍ଥାତ ୨୦୧୧ ମସିହାରେ ପୁଣି କୋରାପୁଟ ଜିଲ୍ଳା ବନ୍ଧୁଗାଁ ଥାନା ଅର୍ନ୍ତଗତ ମହାଗୁଡା ଗ୍ରାମର ଜଣେ ଯୁବତୀଙ୍କ ସହ ଦ୍ୱିତୀୟ ବିବାହ କରି ଉଭୟ ପ୍ରଥମ ଓ ଦ୍ୱିତୀୟ ପତ୍ନୀଙ୍କ ସହ ଗୋଟିଏ ଘରେ ରହି ଆସୁଥିଲେ । ତେବେ ପ୍ରଥମ ସ୍ତ୍ରୀଙ୍କ ସହ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିବାରୁ ଦୁହିଁଙ୍କ ମଧ୍ୟରେ ଗତ ୨୦୧୩ ମସିହାରେ ବିବାହ ବିଚ୍ଛେଦ ହୋଇଯାଇଥିଲା । ସେ ରାସ ନାମକ ଏକ ଏନଜିଓ ସଂସ୍ଥାରେ କାର୍ଯ୍ୟରତ ରହି ମହାଗୁଡାରେ ଦ୍ୱିତୀୟ ପତ୍ନୀ ଓ ତାଙ୍କ ୩ଛୁଆ ସହ କୃଷ୍ଣ ରହି ଆସୁଥିବା ବେଳେ ପ୍ରୋଜେକ୍ଟ କାମ ଶେଷ ହୋଇଯିବାରୁ ସେ ରାୟଗଡ ଜିଲ୍ଳା ପଦ୍ମପୁର ବ୍ଳକରେ ଏକ ଘରୋଇ ଫାଇନାନ୍ସ ଗ୍ରୁପରେ କାର୍ଯ୍ୟ କରିବା ପାଇଁ ଚାଲି ଆସିଥିଲେ । ତେବେ ଗତ ୨୦୧୮ ମସିହାରେ ସେ ନିଜ ଫେସବୁକ୍ ଆକାଉଂଟରେ ରାୟଗଡ ସହରର ଇନ୍ଦିରା ନଗର ଅଂଚଳର ଜଣେ ଛାତ୍ରୀଙ୍କୁ ଫ୍ରେଣ୍ଡସ୍ କରି ତାଙ୍କ ସହ ଚାଟିଂ ଆରମ୍ଭ କରିଥିଲେ । ଏଥିରୁ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତ୍ୱ ଓ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ଦୁହିଁଙ୍କ ସହମିତରେ ଶାରୀରିକ ସମ୍ପର୍କ ମଧ୍ୟ ରହି ଆସିଥିଲା । ଫଳରେ ଛାତ୍ରୀ ଜଣଙ୍କ ଏବେ ୪ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ତେବେ କୈାଣସି କାରଣରୁ ବିବାହିତ ପ୍ରେମିକ କୃଷ୍ଣ ଛାତ୍ରୀଙ୍କୁ ଆଉ ଯୋଗାଯୋଗ ନ କରିବାରୁ ଛାତ୍ରୀ ଜଣକ ନିଜେ ମହାଗୁଡା ଗ୍ରାମ ଯାଇ ତାଙ୍କ ସହିତ ବିବାହ କରିବାକୁ ବାଧ୍ୟ କରିବାରୁ କୃଷ୍ଣଙ୍କ ଦ୍ୱିତୀୟ ପତ୍ନୀ ଏ ନେଇ ରାୟଗଡ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ସମାଧାନ ନିମନ୍ତେ ସଖୀ ୱାନ ଷ୍ଟପ ସେଣ୍ଟରକୁ ପଠାଇ ଦେଇଥିଲେ । ସେଠାରେ ସେଣ୍ଟରର ପ୍ରୋଗ୍ରାମ ଡାଇରେକ୍ଟର ରତ୍ନାକର ସାମଲ, ପ୍ରୋଜେକ୍ଟେ କୋଡିନେଟର ରାଜେଶ ମିଶ୍ର, ପ୍ରଶାସିକା ଗୀତାରାଣୀ ମିଶ୍ର, ସମାଜସେବୀ ତଥା କାଉନସିଲର ସଭ୍ୟା ଶ୍ରୀମତି ସନ୍ତୋଷି ସେନାପତି ପ୍ରମୁଖ ଉଭୟ ପକ୍ଷଙ୍କୁ କାଉନସେଲିଂ କରି ଜଣେ ଓକିଲଙ୍କ ଉପସ୍ଥିତରେ ଛାତ୍ରୀ ଓ ବିବାହିତ ପ୍ରେମିକ କୃଷ୍ଣ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଯାଇଥିଲା । ଗତ ସେପ୍ଟେମ୍ବର ୬ତାରିଖରେ ସଖୀ ୱାନ ଷ୍ଟପ ସେଂଟର ରାୟଗଡ ଠାରେ ଖୋଲାଯାଇଥିବା ବେଳେ ଏହି କେନ୍ଦ୍ରରେ ବର୍ତମାନ ସୁଦ୍ଧା ୬ଟି କେସ ପଂଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇଟି କେସର ସମାଧାନ ହୋଇଥିବା ବେଳେ ବାକିତକ କେସଗୁଡିକ ପର୍ଯ୍ୟାୟକ୍ରମେ ସମାଧାନ କରାଯାଉଛି ବୋଲି ସୂଚନା ମିଳିଛି |

Comments are closed.