ଗାୟକ ଅଲ୍‌ଫାଜଙ୍କ ଉପରେ ମରଣାନ୍ତ ଆକ୍ରମଣ : ଜଣେ ଗିରଫ

0
157
ଗାୟକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଚଣ୍ଡିଗଡ, (୦୩/୧୦) : ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ଗାୟକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ।

ଶନିବାର ବିଳମ୍ବିତ ରାତିରେ ଫେମସ୍‌ ପଞ୍ଜାବୀ ଗାୟକ ଅମନଜୋତ ସିଂହ ଓରଫ ଅଲ୍‌ଫାଜ୍‌ଙ୍କ ଉପରେ କିଛି ଦୁର୍ବୃତ୍ତ ମରଣାନ୍ତ ଆକ୍ରମଣ କରିଛନ୍ତି । ଏଥିରେ ଆହତ ହେବା ପରେ ତାଙ୍କୁ ମୋହାଲି ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ନେଇ ବଲିଡଉ ର ପ୍ରଖ୍ୟାତ ରାପର୍‌ ତଥା ସିଙ୍ଗର ହନି ସିଂହ ସୂଚନା ଦେଇଛନ୍ତି । ସେପଟେ ଏହି ମାମଲାରେ ପୁଣି ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି । ଗିରଫ ଅଭିଯୁକ୍ତ ର ନାଁ ଭିକି । ତାକୁ ପଞ୍ଚକୁଲାରୁ ପୁଲିସ ଗିରଫ କରିଛି ।

ସୂଚନା ଅନୁସାରେ, ଶନିବାର ରାତିରେ ଅଲ୍‌ଫାଜ ତାଙ୍କର କିଛି ବନ୍ଧୁ ଗୁରପ୍ରୀତ, ତେଜି ଏବଂ କୁଲ୍‌ଜିତ୍‌ଙ୍କ ସହିତ ପାଲ୍‌ ଢାବାକୁ ରାତ୍ର ଭୋଜନ ଖାଇବାକୁ ଯାଇଥିଲେ । ସେଠାରେ ଟଙ୍କା ପଇସା କଥାକୁ ନେଇ ତାଙ୍କର ରାୟପୁର ରାଣୀ ନିବାସୀ ଭିକି ଓରଫ ବିଶାଲ ଓ ଢାବା ମାଲିକଙ୍କ ସହିତ ଝଗଡ଼ା ହୋଇଥିଲା ।

ଘଟଣାସ୍ଥଳରୁ ଅଭିଯୁକ୍ତ ଭିକି ଓରଫ୍‌ ବିଜୟ ଢ଼ାବା ମାଲିକଙ୍କ ଅଟୋ ନେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅଫ୍ଲାଜ୍‌ ତାଙ୍କୁ ଅଟକାଇଥିଲେ । କିନ୍ତୁ ଭିକି ଅଟକି ନଥିଲେ । ଅଲ୍‌ଫାଜଙ୍କ ଉପରେ ଅଟୋ ଚଢ଼ାଇ ଦେଇଥିଲେ । ଏଥିରେ ଅଲ୍‌ଫାଜ ଗୁରୁତର ଆହତ ହୋଇଥିଲେ । ଅଲ୍‌ଫାଜଙ୍କର ମୁଣ୍ଡ, ହାତ ଓ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

‘ଇନ୍‌ଷ୍ଟାଗ୍ରାମ୍‌’ ରେ ଅଲ୍‌ଫାଜଙ୍କ ଫଟୋ ଶେଆର୍‌ କରି ହନି ସିଂହ ଲେଖିଛନ୍ତି, ‘ଗତରାତିରେ ଭାଇ ଅଲ୍‌ଫାଜଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପାଇଁ ଯିଏ ଯୋଜନା କରିଥାଉ ନା କାହିଁକି ତାଙ୍କୁ ଛାଡାଯିବ ନାହିଁ ।’ ଏଥିସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ହନି ସିଂହ ।

ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରି ର ଏକ ଜଣାଶୁଣା ନାଁ ହେଉଛି ଅଲ୍‌ଫାଜ । ସେ ଜଣେ ଫେମସ୍‌ ସିଙ୍ଗର । ଏଥିସହ ସେ ଜଣେ ଅଭିନେତା, ମଡେଲ ଓ ରାଇଟର୍‌ ମଧ୍ୟ । ସେ ୨୦୧୧ ରେ ପଞ୍ଜାବୀ ଗୀତ ‘ହାୟେ ମେରା ଦିଲ୍‌’ ରୁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହି ଗୀତଟି ସେତେବେଳେ ବେଶ୍‌ ହିଟ୍‌ ମଧ୍ୟ ହୋଇଥିଲା । ତା’ପରେ ୨୦୧୩ ରେ ସେ ପଞ୍ଜାବୀ ଫିଲ୍ମରେ ଡେବ୍ୟୁ କରିଥିଲେ ।