ଜି.ଉଦୟଗିରିରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ପାଳିତ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୧୭.୦୯): ଜି .ଉଦୟଗିରି ବିଦ୍ୟୁତ ବିଭାଗ ତରଫରୁ ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପୂଜା କମିଟିର ସଭାପତି ତଥା ବିଭାଗ ଏସ୍.ଡି.ଓ ଶ୍ୟାମ ସୁନ୍ଦର ବେହେରାଙ୍କ ସଭାପତିତ୍ବରେ ଓ ପୂଜା ସଂପାଦକ ତଥା ବିଭାଗ କନିଷ୍ଠ ଯନ୍ତ୍ରୀ ପବିତ୍ର କୁମାର ସାହୁଙ୍କ ତତ୍ତ୍ବାବଧାନରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ବିଶ୍ବସ୍ରଷ୍ଠା ଭଗବାନ ବିଶ୍ବକର୍ମାଙ୍କ ପୂଜାର୍ଚ୍ଚନା ମହା ଆଡମ୍ବରରେ ପାଳିତ ହୋଇଯାଇଛି।

ଅନୁଷ୍ଠାନର ବରିଷ୍ଠ ଅଧିକାରୀ ତଥା ପୂଜାର ସଭାପତି ଶ୍ରୀ ବେହେରା କର୍ତ୍ତା ଭାବେ ପୂଜା ସଂପାଦନ କରିଥିବାବେଳେ ପୂଜାର ସଂପାଦକ ତଥା ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ପୂଜା ପରିଚାଳନା କରିଥିଲେ।ତାଙ୍କୁ ବିଭାଗ କର୍ମଚାରୀ ଶ୍ରୀହରି ମହାପାତ୍ର,ସମିର ଶତପଥୀ,ଶାନ୍ତନୁ କୁମାର ପାଣିଗ୍ରାହୀ,ଗୋପିାଥ ପାଢୀଙ୍କ ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ। ଏତଦ୍ ବ୍ୟତିତ ସହରର ଜନସ୍ବାସ୍ଥ୍ୟ ବିଭାଗ,ବିଶ୍ବକର୍ମା ମହାରଣା ସଂଘ,କୁଶଳୀ କାରିଗର ସଂଘ, ପ୍ରତ୍ୟେକ ଓ୍ବେଲଡିଙ୍ଗ ଦୋକାନ ତରଫରୁ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ପାଳିତ ହୋଇଯାଇଛି।

Comments are closed.