ବରୋଦାରେ ନୂଆଁଖାଇ ଭେଟଘାଟ

ରିପୋର୍ଟ: ଜଗବନ୍ଧୁ ସାହୁ / ନିରୋଜ ପାଣି
ବରୋଦା(୧୭/୦୯): ଗୁଜୁରାଟ ର ବରୋଦା ସହରରେ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଦ୍ୱାରା ଓଏନଜିସି କାର୍ଯ୍ୟାଳୟ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି | ସକାଳ ୯ଟାରେ ମ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଅର୍ପଣ କରି ବଡମାନଙ୍କୁ ଜୁହାର ଓ ସାନମାନଙ୍କୁ ସ୍ନେହ ବାଣ୍ଟିଥିଲେ |

ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିବାରର ସାଧାରଣ ସମ୍ପାଦକ ରମାକାନ୍ତ ସାହୁ ନବାନ୍ନ ଅର୍ପଣ ପାଇଁ ସମସ୍ତଙ୍କୁ ଆବାହନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ୨୦୧୯ ଜୁହାର ସମ୍ମାନ ପଦ୍ମଶ୍ରୀ ହଳଧର ନାଗ, ପଦ୍ମିନୀ ପାଣିଗ୍ରାହୀ ଓ ଗୁରୁ ଶଙ୍କର ବେହେରାଙ୍କୁ ପ୍ରଦାନ କରାଯାଇଥିଲା | ତାପରେ ଶଙ୍କର ବେହେରାଙ୍କ ସଂଗୀତ ସାଧନା ଗ୍ରୁପ ଦ୍ୱାରା ଲୋକଗୀତ, ଲୋକସଂଗୀତ ପ୍ରଦର୍ଶନ କରାଯାଇଥିଲା | ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିକାଶ ପାତ୍ର ଓ ଅଙ୍କିତା ପଣ୍ଡା ପରିଚାଳନା କରିଥିଲେ | ଜୁହାର ପରିବାର ସଦସ୍ୟଙ୍କ ଦ୍ୱାରା ଏକ ଫେସନ ସୋ ହୋଇଥିଲା, ଯାହାକି ସମ୍ବଲପୁରୀ ବସ୍ତ୍ରର ନୂତନ ଡିଜାଇନର ପୋଷାକରେ ରେମ୍ପରେ ସଦସ୍ୟ ମାନେ ଚାଲିଥିଲେ | ଏହି ଅବସରରେ ସନ୍ତୋଷ ସିଂ ଠାକୁରଙ୍କ ସମ୍ପାଦନାରେ ଆମର ମାଟି ନାମକ ଏକ ପତ୍ରିକା ପ୍ରକାଶିତ ହୋଇଥିଲା |

ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ମନୋଜ ମିଶ୍ର ଓ ଉପସଭାପତି ଦିଲୀପ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା | କାର୍ଯ୍ୟକ୍ରମକୁ ସଫଳ କରିବାରେ ସୁଶାନ୍ତ ପାଢ଼ୀ, ବିଜୟ ବିଶି, ଅଭିନବ ଭୋଇ, ସୁବ୍ରତ ତ୍ରିପାଠୀ, ଅନନ୍ତ ମିଶ୍ର, ରୀତିକ ଷଡ଼ଙ୍ଗୀ, ଡ଼. ବିକ୍ରମାଦିତ୍ୟ ପାଢ଼ୀ, ଧର୍ମେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ |

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ପେଜକୁ ଲାଇକ କରନ୍ତୁ

Comments are closed.