କୋରାପୁଟ ସଦର ମହକୁମାରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

0
227
କୋରାପୁଟ ସଦର ମହକୁମାରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨/୧୦) : କୋରାପୁଟ ସଦର ମହକୁମାରେ ଜାତି ର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।WhatsApp Image 2022 10 02 at 6.49.22 PM କୋରାପୁଟ ସଦର ମହକୁମାରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କୋରାପୁଟ ସଦର ମହକୁମାରେ ପ୍ରାତଃ ୫ ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଡାକବାଜି ଯନ୍ତ୍ର ଦ୍ଵାରା ରାମଧୁନ ଓ ପ୍ରଭାତଭେରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କୁକୁଡା ଫାର୍ମ ନିକଟରେ ଅବସ୍ଥାପିତ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ଅବଦ୍ଦାଲ ଏମ. ଅଖତର, କୋରାପୁଟ ବିଧାୟକ ରଘୁରାମ ପଡାଲ, କୋରାପୁଟ ଉପ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୁର୍ବତନ ବିଧାୟକ ଗୁପ୍ତ ପ୍ରାସାଦ ଦାସ, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଭଗବାନ ବାହିନୀପତି, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ରାଜେନ୍ଦ୍ର ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଦ୍ଧା ଜେନା, କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

ବସଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀ ଉଦ୍ୟାନରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହାପରେ ଦିଲୀପ ପାଢୀ, ମହମ୍ମଦ ମଜୁମୁଲ୍ଲା ଓ ବିରଞ୍ଜି ଖୋସଲାଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ଆୟୋଜନ କରାଯାଇଥିଲା । ମାନବର ନିକଟ ସୌର ଉଦ୍ୟାନରେ ବୃକ୍ଷ ରୋପଣ କରାଯାଇଥିଲା । କୋରାପୁଟ ବିଧାୟକ ରଘୁରାମ ପଡାଲ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ରାମେଶ୍ୱର ପ୍ରଧାନ, ଏସିଏଫ ଉମା ମହେଶ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।

ବିଭିନ୍ନ ପ୍ରକାର ର ୧୦୦ ଟି ବୃକ୍ଷ ରୋପଣ କରାଯାଇଥିଲା ବୋଲି କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି । ସ୍ଥାନୀୟ ମ୍ୟୁନସିପାଲଟି ଅଡିଟୋରିୟମ ଠାରେ ଗାନ୍ଧୀ ଭଜନ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସିସା ପରିଚାଳନା କରିଥିଲେ ।.