ଗୁଡ଼ାରୀ ଟାଉନ ଦୁର୍ଗା ପୂଜା କମିଟି ତରଫରୁ ମହାଆଡମ୍ବରରେ ଦୁର୍ଗା ପୂଜା ଅନୁଷ୍ଠିତ

0
282
ଗୁଡ଼ାରୀ ଟାଉନ ଦୁର୍ଗା

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୨/୧୦) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଟାଉନ ଦୁର୍ଗା ପୂଜା କମିଟି ତରଫରୁ ଚଳିତ ବର୍ଷ ମହାଆଡମ୍ବରରେ ଦୁର୍ଗା ପୂଜା ଅନୁଷ୍ଠିତ ହେଉଅଛି ।WhatsApp Image 2022 10 02 at 6.25.45 PM ଗୁଡ଼ାରୀ ଟାଉନ ଦୁର୍ଗା ପୂଜା କମିଟି ତରଫରୁ ମହାଆଡମ୍ବରରେ ଦୁର୍ଗା ପୂଜା ଅନୁଷ୍ଠିତ

ନଭଶ୍ଚୁମ୍ବୀ ମେଢ଼ ସାଙ୍ଗକୁ ଆକର୍ଷଣୀୟ ସୁସଜ୍ଜିତ ରଙ୍ଗ ବେରଙ୍ଗ ର ଆଲୋକ ମେଳା ଭକ୍ତ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି । ୧୭ ତମ ପୂଜା ମାଁ ଙ୍କର ଆୟୋଜନ କରିବ ଗୁଡ଼ାରୀ ଟାଉନ ଦୁର୍ଗା ପୂଜା କମିଟି । ହାଇସ୍କୁଲ ପଡିଆ ପରିବର୍ତ୍ତେ ପ୍ରଥମ ଥର ପାଇଁ ନୂଆଁ ବସ ଷ୍ଟାଣ୍ଡ ନିକଟରେ ମାଁ ଙ୍କ ମେଢ଼ ଓ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୁର୍ଗା ପୂଜା ର ମୁଖ୍ୟ ଆକର୍ଷଣ ରହିବ କୁନି ପ୍ରବଚକ କେଶବ ଙ୍କ ପ୍ରବଚନ । ସେହିପରି ଅକ୍ଟୋବର ୫ ତାରିଖରେ ଗୁଡ଼ାରୀ ର ମେଲୋଡି ଏବଂ ୬ ତାରିଖରେ ଓଡ଼ିଆ ସଙ୍ଗୀତ ଜଗତ ର ସ୍ଵନାମଧନ୍ୟ ଗାୟକ ହ୍ୱିଉମାନ ସାଗର ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ । ୭ ତାରିଖରେ ମାଁ ଙ୍କ ଭଷାଣି ଉତ୍ସବରେ ପଶ୍ଚିମ ଓଡ଼ିଶା ର ଲୋକପ୍ରିୟ ଲୋକନୃତ୍ୟ ପ୍ରଦର୍ଶିତ ହେବ । ଗୁଡ଼ାରୀ ର ରାଜପୁରୋହିତ ଶ୍ରୀ ରାମ ପ୍ରସାଦ ରଥ ଶର୍ମା, ଶ୍ରୀ ଗୌରପ୍ରସାଦ ରଥ ଓ ଲଡୁକିଶୋର ରଥ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ ।

ସହର ର ମନୋଜ କୁମାର ପାଣିଗ୍ରାହୀ ନିଜ ପତ୍ନୀ ଙ୍କ ସହ କର୍ତ୍ତା ଭାବେ ତୁଲାଉଛନ୍ତି । ମାଁ ଙ୍କ ସୂର୍ଯ୍ୟ ପୂଜା, ସପ୍ତମୀ ପୂଜା ନବପତ୍ରିକା ପୂଜା, ଦେବାଦେବୀ ଆବହନ, ପ୍ରାଣ ପ୍ରତିଷ୍ଠା ଆଦି ସମାପ୍ତ ହୋଇଛି । ଆଜି ଠାରୁ ମାଁ ଙ୍କ ଅଷ୍ଟମୀ, ନବମୀ ଓ ଦଶମୀ ପୂଜା ନୀତି ହେବ । ମାଁ ଙ୍କ ପୂଜା ଦେଖିବା ସହ ଆଶୀର୍ବାଦ ନେଇ ମେଢ଼ ବୁଲିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି ।